Indus Valley Times

ପାଲଭା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଚଢ଼ାଉ ,ମୂଲ୍ୟବାନ ଶାଳ ଲଗ୍ ଜବତ

 Breaking News

ପାଲଭା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଚଢ଼ାଉ ,ମୂଲ୍ୟବାନ ଶାଳ ଲଗ୍ ଜବତ

October 02
21:06 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨/୧୦: ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ପାଲଭା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଚଢ଼ାଉ କରି ଶାଳ ଲଗ୍ ଜବତ କରିଛି ।
ସୂଚନା ଅନୁଯାୟୀ କୌଣସି ମତେ ଖବର ପାଇ ମହିପୁର ବନାଞ୍ଚଳ ଅଧିକାରୀ ଶୁଭ୍ରାଂଶୁ ଶେଖର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଗୁମି ଫରେଷ୍ଟର ବନମାଳି ରାଉତ ,ସେନ୍ତେରି ବିଟ ଫରେଷ୍ଟ ଗାର୍ଡ ଇତିଶ୍ରୀ ପ୍ରଧାନ ଓ କିଛି କର୍ମଚାରୀ ଙ୍କୁ ନେଇ ବଡ଼ ଦୁରୂପା ଜଙ୍ଗଲ କମିଟି ସହାୟତା ରେ ପାଲଭା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୨ ଟି ଶାଳ ଲଗ୍ ଜବତ କରିଥିଲେ। ଯାହାର ମୂଲ୍ୟ ୧୨ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।ତତ୍ ସହିତ ପାଲଭା ସଂରକ୍ଷିତ ଜଙ୍ଗଲରୁ ଏଥିରେ ସମୃକ୍ତ ଥିବା ଓଡ଼ଗାଁ ଥାନା ଅନ୍ତର୍ଗତ କଇଠ ପଲ୍ଲୀ ଗ୍ରାମର ଅରବିନ୍ଦ ନାୟକ ( ୪୬), ପି- ମାଗି ନାୟକ ଓ ଅର୍ଜୁନ ନାୟକ (୪୨) ,ପି – ଶିବ ନାୟକ ଉଭୟଙ୍କୁ ଧରି ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।ଜଙ୍ଗଲ ସଂରକ୍ଷଣ ପାଇଁ ବନାଞ୍ଚଳ ଅଧିକାରୀ ଙ୍କ ସମେତ ଫରେଷ୍ଟର ବନମାଳି ରାଉତ ଓ ଫରେଷ୍ଟ ଗାର୍ଡ ଇତିଶ୍ରୀ ପ୍ରଧାନଙ୍କ କାର‌୍ୟ୍ୟ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031