Indus Valley Times

ପାହାଡି ତରଙ୍ଗ ତରଫରୁ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

 Breaking News

ପାହାଡି ତରଙ୍ଗ ତରଫରୁ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ପାହାଡି ତରଙ୍ଗ ତରଫରୁ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
February 06
20:32 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୬/୨ : କନ୍ଧମାଳ ଜିଲ୍ଲାର ସର୍ଵପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ” ପାହାଡ଼ି ତରଙ୍ଗ “ତରଫରୁ ସଂଗୀତ ଓ ନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାରତର କୋକିଳ ମହିୟସୀ ଲତା ମଙ୍ଗେସକର ଇହଲୀଳା ସମ୍ବରଣ କଲେ । ସମସ୍ତ ଅନୁଷ୍ଠାନ ସ୍ତମ୍ଭୀଭୁତ ହୋଇଗଲା ।
ଏକ ଶୋକାକୁଳ ପରିବେଷରେ ଦ୍ୱିତୀୟ ସରସ୍ବତୀ ଲତାଜୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟା ଅର୍ପଣ କରି ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ତାଙ୍କର କେତେକ ହୃଦୟସ୍ପର୍ଶି ସଂଗୀତ ପରିବେଷଣ କରାଯାଇଥିଲା ।
ଏଥିରେ କନ୍ଧମାଳର ବରିଷ୍ଠ ସାହିତ୍ୟକ ମିହିର ପାଢ଼ୀ, ଗାୟକ ଗୋପାଳ କୃଷ୍ଣ ନାୟକ, ଶ୍ରିଲେଖା ଶୁଭଲତା ଗୁରୁମା, ନୃତ୍ୟ ପ୍ରଶିକ୍ଷକ ଦେବାଶିଷ, କେଦାରନାଥ ନାୟକ ତଥା ସରୋଜ କୁମାର ନାୟକ ଏବଂ ଅନୁଷ୍ଠାନର ଅନ୍ୟ ସଦସ୍ୟ ଓ କଳାକାର ମାନେ ଉପସ୍ଥିତ ରହି ଏକ ଅଶ୍ରୁଳ ସ୍ଥିତିରେ ଲତାଜୀଙ୍କ ସ୍ମୃତିଚାରଣ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ତରଫରୁ ଆନୁଷ୍ଠାନିକ ଭାବେ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଅନୁଷ୍ଠାନର ସମସ୍ତ କାର‌୍ୟ୍ୟକ୍ରମ ସ୍ଥଗିତ ରଖିବାକୁ ସ୍ଥିର କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031