Indus Valley Times

ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ୨୧ ତମ କ୍ଷେତ୍ରୀୟ ବିଜ୍ଞାନ କଂଗ୍ରେସ ସମାପନ

 Breaking News

ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ୨୧ ତମ କ୍ଷେତ୍ରୀୟ ବିଜ୍ଞାନ କଂଗ୍ରେସ ସମାପନ

ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ୨୧ ତମ କ୍ଷେତ୍ରୀୟ ବିଜ୍ଞାନ କଂଗ୍ରେସ ସମାପନ
November 08
20:26 2025

ପ୍ରସନ୍ନ କୁମାର ପାଇକରାୟ ରିପୋର୍ଟ
ଖୋର୍ଦ୍ଧା, ୮/୧୧ : ଶନିବାର ସନ୍ଧ୍ୟାରେ ପି.ଏମ.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ଗୁରୁଜଙ୍ଗ, ଖୋର୍ଦ୍ଧାରେ ୨୧ତମ କ୍ଷେତ୍ରୀୟ ବିଜ୍ଞାନ କଂଗ୍ରେସର ୫ ଦିବସୀୟ କାର୍ଯ୍ୟକ୍ରମର ସମାପନ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମରେ ଛତିଶଗଡ ଓ ଓଡିଶାର ରାଜ୍ୟର ୬ଟି କ୍ଲଷ୍ଟରରୁ ୫୯ ଜଣ ବଛା ବଛା ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମର ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଶଶିକାନ୍ତ ଦାସ, ଡେପୁଟି ଡାଇରେକ୍ଟର (ବାଇ ଟେକ୍ନୋଲୋଜି), ମୁଖ୍ୟବକ୍ତା ଭାବରେ ଡକ୍ଟର ଶିହରଣ ବୋଷ, ଡି.ସି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (ରିଜିଓନାଲ ଅଫିସ ଭୁବନେଶ୍ବର) ଏବଂ ସମ୍ମାନୀୟ ଅତିଥି ଭାବରେ ପ୍ରଫେସର ଶ୍ୟାମପ୍ରସାଦ ଦାସ (ଆଇ.ଆଇ.ଟି) ଭୁବନେଶ୍ଵର ଯୋଗଦେଇ ସମାପନ ସମାରୋହକୁ ଉତ୍ସବ ମୁଖର କରିଥିଲେ । ମା ସରସ୍ବତୀଙ୍କ ପାଖରେ ଦୀପ ପ୍ରଜ୍ବଳନ କରିବା ସହିତ ବିଦ୍ୟାଳୟର ସଙ୍ଗୀତ କ୍ଳବର ଛାତ୍ରୀମାନଙ୍କ ଦ୍ବାରା ସରସ୍ବତୀ ବନ୍ଦନା ଓ ସ୍ବାଗତ ସଙ୍ଗୀତ ପରିବେଷିତ କରାଯାଇଥିଲା। ସ୍ଥାନୀୟ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କବିତା କର ସ୍ବାଗତ ଭାଷଣ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଦ୍ୟାର୍ଥୀ ଓ ଅଧ୍ୟାପକ ପ୍ରତିନିଧ ଭାବରେ ଜବାହର ନବୋଦୟ ବିଦ୍ୟାଳୟ ଦୁର୍ଗର ପଦାର୍ଥ ବିଜ୍ଞାନର ଅଧ୍ୟାପକ ଶ୍ରୀଯୁକ୍ତ ଦେଶମୁଖ ସାର ଓ ଜବାହର ନବୋଦୟ ବିଦ୍ୟାଳୟ ବିଦ୍ୟାଳୟ, ଜଶପୁର ଛାତିଶଗଡ ର ଶ୍ରୀମତୀ ସୁମନ ସୁନ୍ଦର ଭାବରେ ଏହି ପାଞ୍ଚଦିନର ଅନୁଭୂତି ପ୍ରଦାନ କରିଥିଲେ ।
ଅଂଶଗ୍ରହଣ କରିଥିବା ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ତଥା ଅଧ୍ୟାପକ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପ‌ତ୍ର ପ୍ରଦାନ କରାଯାଇଥିଲା।
ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚଟୋପାଧ୍ୟାୟ ବିଜ୍ଞାନ କଂଗ୍ରେସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ।
ଶ୍ରୀମତୀ ସୁମନ ଅୱର ମଞ୍ଚପରିଚାଳନା କରିବା ସହିତ, ଉପାଧ୍ୟକ୍ଷ ଶ୍ରୀ ନୃସିଂହ ଚରଣ ଚକ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।
ଏହି ପଞ୍ଚ ଦିବସୀୟ କାର୍ଯ୍ୟକ୍ରମର ସଞ୍ଚାଳକ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଶ୍ରୀ ସରୋଜ କୁମାର ସାହୁ ଥିବାବେଳେ ବିଦ୍ୟାଳୟର ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିଲେ।
ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାର୍ଥୀ ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930