Legatus

ପିପିଲିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ଯାତ୍ରୀ ମୃତ, ୨୦ ରୁ ଅଧିକ ଗୁରୁତର

 Breaking News

ପିପିଲିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ଯାତ୍ରୀ ମୃତ, ୨୦ ରୁ ଅଧିକ ଗୁରୁତର

ପିପିଲିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ଯାତ୍ରୀ ମୃତ, ୨୦ ରୁ ଅଧିକ ଗୁରୁତର
April 06
10:43 2025

ପୁରୀ, ୬/୪ : ପୁରୀ ଜିଲ୍ଲା ପିପିଲି ଥାନା କୈାଶଲ୍ୟାଗଙ୍ଗ ଥାନା ଅନ୍ତର୍ଗତ ସିଫା ନିକଟରେ ଏକ ଅଘଟଣ ଘଟିଯାଇଛି । ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଏକ ବସ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ବାଂଲାଦେଶରୁ ପର୍ଯ୍ୟଟକମାନେ ଦୁଇଟି ବସ ଯୋଗେ ପୁରୀ ଆସିଥିଲେ । ଯେଉଁଥିରେ ପାଖାପାଖି ୧୪୦ ଜଣ ଯାତ୍ରୀ ଥିଲେ । ତେବେ ଶନିବାର ପର୍ଯ୍ୟଟକମାନେ କାଶୀ ବିଶ୍ବନାଥ ଦର୍ଶନ ସାରି ବାଲେଶ୍ୱର ବୁଲିବା ପରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ ।
ଏହି ସମୟରେ ରାତି ପ୍ରାୟ ୨ ଟା ସମୟରେ ଭାରସାମ୍ୟ ହରାଇ ବସଟି ରାସ୍ତା କଡକୁ ଓଲଟି ପଡିଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିବା ଜଣାପଡିଛି ।
ଖବର ପାଇ ପିପିଲି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ବସକୁ ଡ୍ରାଇଭର ପରିବର୍ତ୍ତେ ହେଲପର ଚଲାଉଥିବା ଖବର ଆସିଛି ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930