Indus Valley Times

ପିପିଲି ଉପନିର୍ବାଚନ ନେଇ ସିଇଓଙ୍କ ପ୍ରେସ୍‌ମିଟ୍‌: ୨୦୧ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ, ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

 Breaking News

September 28
17:05 2021

ଭୁବନେଶ୍ୱ୍ୱର ୨୮/୯: ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପିପିଲି ନିର୍ବାଚନମଣ୍ଡଳୀରେ ୨୦୧ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ୧୨ଟି ବୁଥ୍ ରେ ଭିଡିଓ କାଷ୍ଟିଂ ବ୍ୟବସ୍ଥା ରହିବ । ଏହି ବୁଥ୍ ଗୁଡିକରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ରହିବ ।
ନିର୍ବାଚନ କାମ ପାଇଁ ୪୦୩ ଗାଡି ଭଡାରେ ନିଆଯାଇଛି । ନିର୍ବାଚନ କାମରେ ନିୟୋଜିତ କର୍ମଚାରୀ ଡବଲ୍ ଡୋଜ୍ ଟିକା ନେଇଥିବା ଜରୁରୀ । ଡବଲ୍ ଡୋଜ୍ ନେଇନଥିବା କର୍ମଚାରୀ କ୍ୟାମ୍ପ୍ ରୁ ଟିକା ନେଇପାରିବେ । କୋଭିଡ୍ ସାର୍ଟିଫିକେଟ୍ ଥିଲେ ସେମାନଙ୍କୁ ଅନୁମତି ମିଳିବ ।
ବୈଷୟିକ ତ୍ରୁଟି ପାଇଁ ୮ଜଣ ଇଞ୍ଜିନିୟର ରହିବେ । ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ । ଭିନ୍ନକ୍ଷମଙ୍କୁ ଗାଡିରେ ବୁଥ୍ ପର୍ଯ୍ୟନ୍ତ ଆଣିବା ପାଇଁ ବ୍ୟବସ୍ଥା କରାଯିବ । କୋଭିଡ୍ ଆକ୍ରାନ୍ତ ଘରେ ରହି ଭୋଟ୍ ଦେଇପାରିବେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031