Indus Valley Times

ପୁଟିନ୍‌ଙ୍କ ଧମକ: ଯୁକ୍ରେନ୍‌କୁ ସାହାର୍ଯ୍ୟ କରୁଥିବା ଦେଶ ଉପରେ ଖୁବ୍ ଶୀଘ୍ର ଆକ୍ରମଣ ହେବ

 Breaking News

ପୁଟିନ୍‌ଙ୍କ ଧମକ: ଯୁକ୍ରେନ୍‌କୁ ସାହାର୍ଯ୍ୟ କରୁଥିବା ଦେଶ ଉପରେ ଖୁବ୍ ଶୀଘ୍ର ଆକ୍ରମଣ ହେବ

ପୁଟିନ୍‌ଙ୍କ ଧମକ: ଯୁକ୍ରେନ୍‌କୁ ସାହାର୍ଯ୍ୟ କରୁଥିବା ଦେଶ ଉପରେ ଖୁବ୍ ଶୀଘ୍ର ଆକ୍ରମଣ ହେବ
April 28
16:53 2022

ନୂଆଦିଲ୍ଲୀ: ରୁଷିଆ-ଯୁକ୍ରେନ୍ ଯୁଦ୍ଧ ୬୪ ଦିନରେ ପହଁଞ୍ଚିଲାଣି । ହେଲେ ଯୁଦ୍ଧ କମିନି । ଦିନକୁ ଦିନ ଏଇ ଯୁଦ୍ଧର ଗତି ବଦଳୁଛି । ରୁଷିଆ-ଯୁକ୍ରେନ୍ ଯୁଦ୍ଧ ଚାଲିଥିଲା ବେଳେ ରୁଷିଆର ଏକ ବଡ ବୟାନ୍ ସାମ୍ମାକୁ ଆସିଛି । ରୁଷିଆ କହିଛି ଯଦି କୌଣସି ଦେଶ ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧରେ ହସ୍ତକ୍ଷେପ କରନ୍ତି ତେବେ ସେହି ଦେଶ ଉପରେ ଆକ୍ରମଣ ହେବ । ବୁଧବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ଯୁଦ୍ଧରେ ହସ୍ତକ୍ଷେପ କରିବାକୁ ନିଷ୍ପତ୍ତି ନେଇଥିବା ଦେଶ ଉପରେ ତୁରନ୍ତ ଆକ୍ରମଣ ପାଇଁ ରୁଷ ସମସ୍ତ ବ୍ୟବସ୍ଥା କରିଛି।
ୟୁକ୍ରେନକୁ ଅସ୍ତ୍ର ପଠାଇବା ବନ୍ଦ କର ବୋଲି ଆମେରିକାକୁ ପୁଟିନ କହିବା ସହ ପାଶ୍ଚାତ୍ୟ ଦେଶକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପାଶ୍ଚାତ୍ୟ ଦେଶରୁ ବୃହତ ଅସ୍ତ୍ରଶସ୍ତ୍ର ବିତରଣ ଯୁଦ୍ଧକୁ ଆହୁରି ଉତ୍ତେଜିତ କରୁଛି। ବୁଧବାର ସେଣ୍ଟ ପିଟସବର୍ଗରେ ସାଂସଦମାନଙ୍କୁ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ, ପଶ୍ଚିମ ଦେଶମାନେ ଏକାଠି ରୁଷକୁ ବିଭିନ୍ନ ଭାଗରେ ବିଭକ୍ତ କରିବାକୁ ଚାହୁଁଛନ୍ତି। ୟୁକ୍ରେନକୁ ରୁଷ ସହିତ ଯୁଦ୍ଧ କରିବାକୁ ମଧ୍ୟ ପାଶ୍ଚାତ୍ୟ ଦେଶମାନେ ପ୍ରବର୍ତ୍ତାଇଥିବା ଅଭିଯୋଗ କରିଛନ୍ତି ପୁଟିନ।
ପୁଟିନ ଆହୁରି କହିଛନ୍ତି ଯେ ଯଦି କେହି ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧରେ ହସ୍ତକ୍ଷେପ କରି ରୁଷ ପାଇଁ କୌଣସି ବିପଦ ସୃଷ୍ଟି କରନ୍ତି, ତେବେ ଏହା ଆମ ପାଇଁ ଗ୍ରହଣୀୟ ନୁହେଁ। ଯଦି ଏହା ଘଟେ, ଆମେ ସେହି ଦେଶମାନଙ୍କଠାରୁ ପ୍ରତିଶୋଧ ନେବୁ। ଆକ୍ରମଣ କରିବା ପାଇଁ ଆମ ପାଖରେ ଯଥେଷ୍ଟ ଅସ୍ତ୍ର ଅଛି।ଏହା ମୋର ଗର୍ବ ନୁହେଁ, କିନ୍ତୁ ଦରକାର ପଡ଼ିଥିଲେ ବିରୋଧୀ ଦେଶ ଉପରେ ଆକ୍ରମଣ କରି ସେମାନଙ୍କୁ ଉଚିତ୍ ଶିକ୍ଷା ଦେବୁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031