Indus Valley Times

ପୁଣି ଅସୁରକ୍ଷିତ ରାଜଧାନୀ, କ୍ବାର୍ଟରରୁ ଚୋରି ହେଲା ସୁନା ଓ ରୂପା ଅଳଙ୍କାର ସହିତ ୪୮ ହଜାର ଟଙ୍କା

 Breaking News

ପୁଣି ଅସୁରକ୍ଷିତ ରାଜଧାନୀ, କ୍ବାର୍ଟରରୁ ଚୋରି ହେଲା ସୁନା ଓ ରୂପା ଅଳଙ୍କାର ସହିତ ୪୮ ହଜାର ଟଙ୍କା

October 06
16:45 2022

ଭୁବନେଶ୍ୱର,୬।୧୦:ରାଜଧାନୀରେ ପୋଲିସ କ୍ବାର୍ଟରରୁ ଚୋରି ହୋଇଛି। ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ବସଷ୍ଟାଣ୍ଡ ପଛପଟେ ଥିବା ହାବିଲଦାର ବାସୁଦେବ ପଣ୍ଡାଙ୍କ ସରକାରୀ କ୍ବାର୍ଟରରୁ ଚୋରି ହୋଇଛି ।
ଖବର ଅନୁଯାୟୀ, ପୋଲିସ କର୍ମଚାରିଙ୍କ ପାଇଁ ଥିବା ବରମୁଣ୍ଡା ଟେଲକୋ ପୋଲିସ କଲୋନୀର ୮୨ ନମ୍ଵର୍ କ୍ବାର୍ଟରରୁରେ ହାବିଲଦାର ବସୁଦେବଙ୍କ ମାଉସୀ ପୁଅ ଭାଇଙ୍କ ପରିବାର ରହୁଥିଲେ । ବୁଧବାର ସନ୍ଧ୍ୟା ୭ଟାରେ ଘର ଚାବି ପକାଇ ଦୂର୍ଗା ପୂଜା ଦେଖିବାକୁ ବାହାରିଥିଲେ ।
ରାତି ୯ଟା ସମୟରେ ଘରକୁ ଫେରିବା ବେଳକୁ ଦେଖିଲେ ଘର କବାଟ ତାଲା ଭଙ୍ଗା ଯାଇଛି । ଘର ଭିତରେ ଥିବା ସୁନା ଓ ରୂପା ଅଳଙ୍କାର ସହିତ ୪୮ ହଜାର ଟଙ୍କା, ଏକ ଟିଭି ଓ ଗ୍ରାଇଣ୍ଡର୍ ମଧ୍ୟ ନେଇଯାଇଛନ୍ତି ଚୋର ମାନେ। ଖବର ପାଇ ଭରତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031