Indus Valley Times

ପୁଣି କଠୋର ହେଲା ମ୍ୟୁନିସିପାଲଟି : ନୟାଗଡ଼ ସହରରୁ ଉଠାଇ ନେଲେ ୨୦ ଗାଈ ଗୋରୁ

 Breaking News

ପୁଣି କଠୋର ହେଲା ମ୍ୟୁନିସିପାଲଟି : ନୟାଗଡ଼ ସହରରୁ ଉଠାଇ ନେଲେ ୨୦ ଗାଈ ଗୋରୁ

ପୁଣି କଠୋର ହେଲା ମ୍ୟୁନିସିପାଲଟି : ନୟାଗଡ଼ ସହରରୁ ଉଠାଇ ନେଲେ ୨୦ ଗାଈ ଗୋରୁ
November 01
19:00 2026

ବିଶ୍ପ ଭୁଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧/୧୧ : ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ନୟାଗଡ଼ ସହରରୁ ୨୦ ଟି ବୁଲା ଗାଈ ଗୋରୁଙ୍କୁ ମିନି ଟ୍ରକ୍ ଯୋଗେ ଖଣ୍ଡପଡା ଗୋଶାଳାକୁ ଉଠାଇ ନିଆଯାଇଚି ।
ଶନିବାର ରାତି ୧୨ ଟାରୁ ଏନଫୋର୍ସ ଟିମ୍ ସହାୟତାରେ ଏହି ଚଢାଉ କରାଯାଇଥିଲା ଓ କିଛି ବ୍ୟକ୍ତି ଜାଣିଶୁଣି ନିଜ ଗାଈଗୋରୁଙ୍କୁ ଘରୁ ପଦାକୁ ଛାଡ଼ି ଦେଇଛନ୍ତି, ଯାହା ଫଳରେ ଯାନବାହାନ ଚଳା ଚଳରେ ଗୁରୁତ୍ୱର ସମସ୍ୟା ସ୍ରୁଷ୍ଟି ହେଉଛି ।
ଟ୍ରାଫିକ୍ ସମସ୍ୟା ସ୍ରୁଷ୍ଟି ହୋଇ ମୂଲ୍ୟବାନ୍ ଜୀବନ ଚାଲିଯିବାର ଆଶଙ୍କା କରି ମ୍ୟୁନିସିପାଲଟି ଏପରି ଦୃଢ଼ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ।
ଆଜିର ଚଢାଉରେ ଶ୍ରୀ ନାରାୟଣ ନାୟକ, ଅଜିତ କୁମାର ମଲ୍ଲିକ, ରଞ୍ଜନ କୁମାର ମହାପାତ୍ର, ବିବେକନନ୍ଦ ପ୍ରଧାନ, ଦୀପକ କୁମାର ଜେନା ପ୍ରମୁଖ କର୍ମଚାରୀମାନେ ସାମିଲ ହୋଇଥିଲେ ।
ଆଜି ପର୍ଯ୍ୟନ୍ତ ୬୦ ଟି ଗାଇଗୋରୁଙ୍କ ଧରାଯାଇ, “ଗୋଶାଳା” ପଠା ଗଲାଣି । ଆଗକୁ ଅଧିକ୍ ଜୋରଦାର୍ ଚଢାଉ କାର୍ଯ୍ୟ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30