Indus Valley Times

ପୁଣି ଖାକିରେ ଲାଗିଲା ଦାଗ; ଯୁବତୀ ଆଣିଲେ ସଙ୍ଗୀନ ଅଭିଯୋଗ

 Breaking News

ପୁଣି ଖାକିରେ ଲାଗିଲା ଦାଗ; ଯୁବତୀ ଆଣିଲେ ସଙ୍ଗୀନ ଅଭିଯୋଗ

ପୁଣି ଖାକିରେ ଲାଗିଲା ଦାଗ; ଯୁବତୀ ଆଣିଲେ ସଙ୍ଗୀନ ଅଭିଯୋଗ
July 14
11:55 2022

ସୋନପୁର ୧୪/୭: ପୁଣି ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲ୍ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ୍ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପ୍ରଧାନ ।
ସୂଚନାଯୋଗ୍ୟ ଯେ, ଗୁରୁବାର ଜିଲ୍ଲାର ସୁବଳୟା ଥାନାରେ ଜନୈକ ଯୁବତୀ ରଞ୍ଜିତ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।
ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସରେ କାର‌୍ୟ୍ୟରତ ଡ୍ରାଇଭର ରଞ୍ଜିତ ପ୍ରଧାନ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ସୁବଳୟା ଥାନାରେ ମାମଲା ଦାୟର ହୋଇଥିଲା । ପରେ ସୁବଳୟା ପୋଲିସ ରଞ୍ଜିତକୁ ସୁବର୍ଣ୍ଣପୁରରୁ ଉଠାଇ ଆଣି ଘଟଣାର ସତ୍ୟତା ତଦନ୍ତ କରି ଜେଲ୍ ହାଜତକୁ ପଠାଇ ଦେଇଛି ।
ପୂର୍ବରୁ ପୋଲିସ ଡ୍ରାଇଭର ନବରଙ୍ଗପୁରରେ ଚାକିରୀ କରୁଥିବା ସମୟରେ ମଧ୍ୟ ସେଠାକାର ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଅଭିଯୋଗ କରିଥିଲେ ।
ସେତେବେଳେ ପୋଲିସ ଘଟଣାକୁ ରଫାଦଫା କରିଦେବା ସହ ରଞ୍ଜିତଙ୍କୁ ମାଲକାନଗିରି ବଦଳି କରିଦେଇଥିଲେ । ଏବେ କିଛି ମାସ ତଳେ ରଞ୍ଜିତ ପ୍ରଧାନଙ୍କ ସୁବର୍ଣ୍ଣପୁର ଜିଲ୍ଲାକୁ ବଦଳି ହୋଇଥିଲା ।
କିନ୍ତୁ ରଞ୍ଜିତଙ୍କ ଚିରତ୍ରରେ ପରିବର୍ତ୍ତନ ହେଲାନାହିଁ । ଏବେ ପୁଣି ସୁବଳୟା ଥାନା ଅଞ୍ଚଳର ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଦୁଷ୍କର୍ମ ଭଳି ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ରଞ୍ଜିତଙ୍କୁ ଗିରଫ କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031