Indus Valley Times

ପୁଣି ଖୋଲିବ ‘ଖାଓ ଗଲି’: ୨୨ଟି ସର୍ତ୍ତରେ ସନ୍ଧ୍ୟା ସାଢେ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି

 Breaking News

ପୁଣି ଖୋଲିବ ‘ଖାଓ ଗଲି’: ୨୨ଟି ସର୍ତ୍ତରେ ସନ୍ଧ୍ୟା ସାଢେ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି

ପୁଣି ଖୋଲିବ ‘ଖାଓ ଗଲି’: ୨୨ଟି ସର୍ତ୍ତରେ ସନ୍ଧ୍ୟା ସାଢେ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି
May 24
19:28 2022

ଭୁବନେଶ୍ୱର, ୨୪/୫: ପୁଣି ଖୋଲିବ ଭୁବନେଶ୍ୱର ରାମମନ୍ଦିର ନିକଟ ଖାଓଗଳି । ଏଥିପାଇଁ ଦୋକାନୀଙ୍କ ପାଇଁ ୨୨ଟି ସର୍ତ୍ତ ରଖିଛି ବିଏମସି ।
ସର୍ତ୍ତମାନିଲେ ଦୋକାନ ଖୋଲିବାକୁ ଅନୁମତି ଦେବ ବିଏମ୍ସି । ଏବେଠୁ ପ୍ରତି ଦୋକାନୀ ସିକ୍ୟୁରିଟି ବାବଦକୁ ୨୫ ହଜାର ଜମା ଦେବେ ।
ତା ସହ ମାସିକ ଭଡ଼ା ୬ ହଜାର ବି ଦେବେ ବୋଲି ନିଷ୍ପତି ହୋଇଛି। ସନ୍ଧ୍ୟା ସାଢ଼େ ୫ଟାରୁ ରାତି ୧୦ଟା ଯାଏଁ ଖୋଲିବ ଖାଓଗଳି ।
ସେଣ୍ଟ ଜୋସେଫ ହାଇସ୍କୁଲର କିଛି ଅବିଭାବକ ସେହି ଅଞ୍ଚଳ ପରିଷ୍କାର ପରିଚ୍ଛନ୍ନ ରହୁନଥିବା ଅଭିଯୋଗ କରିଥିଲେ । ତାଛଡା ପଲିଥିନ ଓ ଠେଲା ଗାଡ଼ି ଲଗାଇ ସୌନ୍ଦର୍ଯ୍ୟ ବିଗାଡୁ ଥିଲେ କିଛି ବ୍ୟବସାୟୀ ।
ଏହାଛଡା ଆଉକିଛି ଅଭିଯୋଗ ପାଇବା ଓ ବିବାଦ ଥିବାରୁ ବିଏମସି ଏହି ଆକ୍ସନ ନେଇ ବନ୍ଦ କରିଦେଇଥିଲା । ହେଲେ ଆଜି ବିଏମସି ଅଫିସରେ ମେୟରଙ୍କ ନେତୃତ୍ୱରେ ବସିଥିବା ଏକ ବୈଠକରେ ଆଲୋଚନା ପରେ ସମାଧାନର ବାଟ ଫିଟିଥିଲା ।
ନିୟମ ଉଲଂଘନ କଲେ OMC ଅଧିନିୟମ – ୨୦୦୩ର ଅନୁସରଣ କରି ବଣ୍ଟନକାରୀଙ୍କୁ ଯେ କୌଣସି ସମୟରେ ବାହାର କରାଯାଇପାରିବ । ସେଠାରେ ବ୍ୟବସାୟ କରିବା ପାଇଁ ବଣ୍ଟନକାରୀ ବାଣିଜ୍ୟିକ ଲାଇସେନ୍ସ ଏବଂ FSSAI ପ୍ରମାଣପତ୍ର ପାଇବେ ।
ବଣ୍ଟନକାରୀ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁ ପାଇଁ ଦୁଇଟି ପୃଥକ ଡଷ୍ଟବିନ ରଖିବେ ଏବଂ ବିଏମସି ଦ୍ୱାରା ଧାର୍ଯ୍ୟ ପଦ୍ଧତିରେ ଏହାକୁ ସେଠାରୁ ସଂଗ୍ରହ କରିଯିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031