Indus Valley Times

ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ସ୍ଥାନରେ ରେଡ୍

 Breaking News

ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ସ୍ଥାନରେ ରେଡ୍

ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ସ୍ଥାନରେ ରେଡ୍
October 28
10:28 2022

ଭୁବନେଶ୍ବର,୨୮/୧୦: : ପୁଣି ଭିଜିଲାନ୍ସ ଜାଲରେ ଜଣେ ଯନ୍ତ୍ରୀ। ଆଜି ଆରଡବ୍ଲୁଏସଏସର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରରଂଜନ ଦାସଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ ଜାରି ରହିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହ ଭିଜିଲାନ୍ସ ଚଢାଉ କରାଯାଉଛି।
ଆଜି ଆରଡବ୍ଲୁଏସଏସ ଭୁବନେଶ୍ୱର ସର୍କଲର ଯୋଜନା, ମନିଟରିଂ, ଡିଜାଇନ୍ ଏବଂ ଅନୁସନ୍ଧାନ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରରଂଜନ ଦାସଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ କରାଯାଉଛି। ଖୋର୍ଦ୍ଧା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ନିମ୍ନଲିଖିତ ୬ଟି ସ୍ଥାନରେ ଚଢାଉ ଚାଲିଛି।
ଭୁବନେଶ୍ୱରର ଖାରବେଳ ନଗରର ଶ୍ରୀରାମ ମାନସନ୍ ଫ୍ଲାଟ ନଂ -୨୦ ଠାରେ ଅବସ୍ଥିତ ଶ୍ରୀ ଦାସଙ୍କ ଆବାସିକ ଘର, ସମ୍ବଲପୁରର ମୋଦୀପଡାଠାରେ ଅବସ୍ଥିତ ଶ୍ରୀ ଦାସଙ୍କ ଏକ ତିନିମହଲା ପୈତୃକ ଘର, ବରଗଡ଼ ଜିଲ୍ଲାର ରୋହିନିୟାଁ, ତାଙ୍କର ସରକାରୀ କାର‌୍ୟ୍ୟାଳୟ, ଖାରବେଳ ନଗର ଓ ଖୋର୍ଦ୍ଧାରେ ଥିବା ସଂପର୍କୀୟଙ୍କ ଘରେ ଏହି ଚଢାଉ ହେଉଛି।
ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ଜଣେ ସବ୍ ଇନ୍ସପେକ୍ଟର,୧୧ ଜଣ ଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ଏହି ଚଢାଉରେ ନିୟୋଜିତ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031