Indus Valley Times

ପୁଣି ଜବତ ହେଲା ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍

 Breaking News

ପୁଣି ଜବତ ହେଲା ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍

ପୁଣି ଜବତ ହେଲା ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍
February 28
13:51 2023

କଟକ, ୨୮/୨: କଟକରେ ଥମୁନି ନକଲି ଜିନିଷ କାରବାର । ପୂର୍ବରୁ ଅନେକ ନକଲି ଦ୍ରବ୍ୟ ଚିହ୍ନଟ କରାଯାଇଥିବା ବେଳେ ବର୍ତ୍ତମାନ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ଏ ମାମଲାରେ ଜଣକୁ ଅଟକ ରଖି ପୁରୀଘାଟ ଥାନା ପୋଲିସ ପଚରାଉଚରା କରିଛି ।
କଟକ ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ପାଖରୁ ଏହି ମେଡିସିନ ଜବତ ହୋଇଥିବା ଜଣାପଡ଼ିଛି । ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରୱାଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି । ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୋଲିସ ପକ୍ଷରୁ ମିଳିତ ଭାବେ ରେଡ୍ ବେଳେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଜବତ ହୋଇଛି ।
ପେଟ ରୋଗ ପାଇଁ ଉଦ୍ଦିଷ୍ଟ ଏହି ମେଡିସିନ ରାଜ୍ୟ ବାହାରୁ ଆଣି ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାକୁ ନେଇ ପୁରୀଘାଟ ଥାନା ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି । ଏହି ନକଲି ଔଷଧର ଚେର କେତେବାଟ ଯାଏଁ ଲମ୍ବିଛି ସେନେଇ ଚନାଘନା ଚଳାଛି ପୋଲିସ ।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031