Indus Valley Times

ପୁଣି ଫେରିବ ଶୀତ: ଆଗାମୀ ୮ ଓ ୯ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା

 Breaking News

ପୁଣି ଫେରିବ ଶୀତ: ଆଗାମୀ ୮ ଓ ୯ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା

December 06
19:07 2024

ଭୁବନେଶ୍ୱର, ୬/୧୨ : ଧାନ ଚାଷୀଙ୍କୁ ଅମଳ ଚିନ୍ତା। କାରଣ ଆସୁ ବର୍ଷା! ଆଗାମୀ ୮ ଓ ୯ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିସହ ରାଜ୍ୟର କିଛି ଜିଲ୍ଲାରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ତେଣୁ ପ୍ରବର ଶୀତ ହେବ ବୋଲି ଆକଳନ କରାଯାଉଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣରେ ବର୍ଷା ହୋଇପାରେ। ତେବେ ବାକି ଜିଲ୍ଲାରେ ପାଗ ସାଧାରଣରେ ମେଘୁଆ ରହିବ।
ଠିକ୍ ସେହିପରି ୯ ତାରିଖରେ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ଢ଼େଙ୍କାନାଳ, ଅନୁଗୋଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବାକି ଜିଲ୍ଲାରେ ପାଗ ସାଧାରଣରେ ମେଘୁଆ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ସେପଟେ ଦେଖିବାକୁ ଗଲେ ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୧୩.୩ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ କରାଯାଇଛି।
ଠିକ୍ ସେହିପରି ସର୍ବାଧିକ ବର୍ଷା ମାଲକାନଗିରି ୧୯.୩ ମିଲିମିଟର ରେକର୍ଡ କରାଯାଇଛି। ଆଗାମୀ ୪୮ ଘଣ୍ଟା ଭିତରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ୱଲପୁର, ବରଗଡ଼ ପ୍ରମୁଖ ଜିଲ୍ଲାରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର‌୍ୟ୍ୟନ୍ତ କମିବାର ସମ୍ଭାବନା ରହିଛି। ୬ ଓ ୭ ତାରିଖରେ ପାଗ ଶୁଖିଲା ରହିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930