Indus Valley Times

ପୁଣି ବୌଦ୍ଧରେ ୪୫ ଡିଗ୍ରି, ଭୁବନେଶ୍ବରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ

 Breaking News

ପୁଣି ବୌଦ୍ଧରେ ୪୫ ଡିଗ୍ରି, ଭୁବନେଶ୍ବରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ

ପୁଣି ବୌଦ୍ଧରେ ୪୫ ଡିଗ୍ରି, ଭୁବନେଶ୍ବରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ
April 29
19:35 2022

ଭୁବନେଶ୍ୱର, ୨୯/୪: ରାଜ୍ୟରେ କ୍ରମାଗତ ଗ୍ରୀଷ୍ମପ୍ରବାହ ଓ ତତଲା ହାୱା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ବି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ଓ ସମଗ୍ର ରାଜ୍ୟରେ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ।
ଗତକାଲି ବୌଦ୍ଧରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିଲା, ଯାହାକି ଚଳିତ ଋତୁରେ ସର୍ବାଧିକ ତାପମାତ୍ରା ଥିଲା । ଏହାସହିତ ଆଜି ରାଜ୍ୟର ୨୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୯ଟି ସ୍ଥାନରେ ୪୩ ଡିଗ୍ରୀ ଓ ୫ଟି ସ୍ଥାନରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ରହିଛି।
ଗତ ଦୁଇଦିନ ତଳେ ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ରହିଥିଲା । ଗତକାଲି ଗୁରୁବାର ବୌଦ୍ଧରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହୋଇଥିଲା ଯାହାକି ଚଳିତ ଗ୍ରୀଷ୍ମଋତୁରେ ସର୍ବାଧିକ ଥିଲା ।
ଆଜି ମଧ୍ୟ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହୋଇଛି । ଆଜି ରାଜ୍ୟର ଯେଉଁ ୫ଟି ସ୍ଥାନରେ ତାପମାତ୍ରା ୪୪ଡିଗ୍ରୀ ବା ଏହା ଉପରେ ରହିଛି, ସେଗୁଡ଼ିକ ହେଲା- ଅନୁଗୋଳ (୪୪.୭), ଦେବଗଡ଼ (୪୪. ୬), ତାଳଚେର (୪୪. ୫) ଓ ବଲାଙ୍ଗିର (୪୪)।
ଟିଟିଲାଗଡ଼ରେ ତାପମାତ୍ରା ୪୩.୮ ଓ ସୋନପୁରରେ ୪୩.୬ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦.୨ ଡିଗ୍ରୀ ଓ କଟକ ୪୦.୧ ଡିଗ୍ରୀ ରହିଛି ।
ଗତକାଲି ତୁଳନାରେ କଟକ ଓ ଭୁବନେଶ୍ୱର ଉଭୟ ସହରରେ ତାପମାତ୍ରା ଆଜି ଅଧିକ ରହିଛି । ଆଜି ଗୋପାଳପୁରରେ ସର୍ବନିମ୍ନ ୩୧.୧ ଓ ପାରାଦୀପରେ ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସୂଚନାଯୋଗ୍ୟ, ଗତ ପ୍ରାୟ ଏକ ସପ୍ତାହ ଧରି ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ତତଲା ହାୱା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଅତି ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031