Indus Valley Times

ପୁଣି ବୌଦ୍ଧଜିଲ୍ଲାକୁ ଫେରିଲା କୋଭିଡ, ୧୦ ପଜିଟିଭ ଚିହ୍ନଟ

 Breaking News

ପୁଣି ବୌଦ୍ଧଜିଲ୍ଲାକୁ ଫେରିଲା କୋଭିଡ, ୧୦ ପଜିଟିଭ ଚିହ୍ନଟ

ପୁଣି ବୌଦ୍ଧଜିଲ୍ଲାକୁ ଫେରିଲା କୋଭିଡ, ୧୦ ପଜିଟିଭ ଚିହ୍ନଟ
April 13
20:57 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୪ : କୋଭିଡ ମହାମାରୀକୁ ନେଇ ସାରା ଦେଶ ହାହାକାର ହୋଇପଡିଥିବା ବେଳେ ଦୀର୍ଘ ଏକ ବର୍ଷ ହେବ କୋଭିଡରୁ ଟିକିଏ ଆଶ୍ୱସ୍ତି ମିଳିଥିବା ବେଳେ ପୁଣି କୋଭିଡ ମହାମାରୀ କାୟା ବିସ୍ତାର କରିଛି । କିଛି ଦିନ ହେବ ସାରା ଦେଶରେ କୋଭିଡ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଥିବା ବେଳେ ଚଳିତ ଏପ୍ରିଲ ମାସରେ ବୌଦ୍ଧ ଜିଲ୍ଲାରେ କୋଭିଡ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୁଚନା ମୁତାବକ ଚଳିତ ଅପ୍ରେଲ ମାସରେ ଏପର୍ଯ୍ୟନ୍ତ ଜିଲ୍ଲାରେ ୧୦ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିିଛି । ଜିଲ୍ଲାର ବାଉଁଶୁଣୀ ଅଞ୍ଚଳରୁ ୫ ଜଣ, କଣ୍ଟାମାଳ ବ୍ଳକ ଅଞ୍ଚଳରୁ ୪ ଜଣ ଓ ବୌଦ୍ଧ ଏନଏସିରୁ ଗୋଟିଏ ପଜିଟିଭ ଥିବାବେଳେ ସେହିପରି ଅନୁଗୋଳ ଜିଲ୍ଲାର ଜଣେ ବୌଦ୍ଧଜିଲ୍ଲାରେ ପରୀକ୍ଷା କରାଇ କୋଭିଡ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ପ୍ରକାଶ ।
ସମସ୍ତ କୋଭିଡ ସଂକ୍ରମିତମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ସୁଚନା ଦିଆଯାଇଛି । ଏହା ସହ ଆକ୍ରାନ୍ତଙ୍କ ସଂପର୍ଶର ଥିବା ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯାଇ ସେମାନଙ୍କ ଟେଷ୍ଟ କରାଯାଉଥିବା ସୁଚନା ଦିଆଯାଇଛି ।
ଦାବି ପୂରଣ ନହେଲେ ଆସନ୍ତା ୧୭ରୁ ଛୁଟିରେ ଯିବେ ଫାର୍ମାସିଷ୍ଟ ସେବା ସଂଘ
ବୌଦ୍ଧ,୧୩/୪ : ଓଡିଶା ଫାର୍ମାସିଷ୍ଟ ସେବା ସଂଘ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ବିଭିନ୍ନ ଦାବି ନେଇ ସରକାରଙ୍କ ଠାରେ ଦାବି କରିଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ସାରା ରାଜ୍ୟରେ ସଂଘ ପକ୍ଷରୁ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି ।
ବୁଧବାର ବୌଦ୍ଧଜିଲ୍ଲା ଫାର୍ମାସିଷ୍ଟ ସଂଘ ପକ୍ଷରୁ ୫ ଦଫା ଦାବି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶଙ୍କୁ ଦେଇଥିବା ଜଣାପଡିଛି । ଦାବି ସମୁହ ଫାର୍ମସିଷ୍ଟ ମାନଙ୍କର ମୂଳ ଦରମା ଗ୍ରେଡ ପେ ୨୪୦୦ ରୁ ୨୮ ୦୦କୁ ବୃଦ୍ଧି କରାଯାଉ ଏବଂ ଦୁଇ ବର୍ଷ ଚାକିରୀ ପରେ ସମସ୍ତଙ୍କୁ ଗ୍ରେଡ ପେ ୪୨୦୦ ଦିଆଯାଉ,ସରକାର ୨୦.୪.୨୨ରେ ପ୍ରକାଶିତ କରିଥିବା ଫାର୍ମାସିଷ୍ଟ କ୍ୟାଡର ୧୧.୨୦୧୬ ପରିବର୍ତ୍ତେ ୨୪.୮.୧୩ରୁ କାର୍ଯ୍ୟକାରୀ କରାଯାଇ ତୁରନ୍ତ ପଦୋନ୍ନତି ଦିଆଯାଉ, ଫାର୍ମାସିଷ୍ଟ ପଦବିକୁ ଫାର୍ମାସିଷ୍ଟ ଅଫିସର ଭାବରେ ନାମ କରଣ କରାଯାଉ,୨୦୧୩ ପୂର୍ବରୁ ଠିକା ନିଯୁକ୍ତି ପାଇଥିବା ସମସ୍ତ ଫାର୍ମସିଷ୍ଟ ମାନଙ୍କ କାର୍ଯ୍ୟକାଳକୁ ବରିଷ୍ଠତା ନିମନ୍ତେ ବିବେଚନା କରାଯିବା ସହ ଆର୍ଥିକ ସୁବିଧା ନିଶ୍ଚିତ କରାଯାଉ, ଏମଏଚୟୁ , ଆରବିଏସକେ ଅଧିନରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଖାଲିଥିବା ସ୍ଥାନରେ ନିଯୁକ୍ତି ଦିଆଯାଉ ବୋଲି ଦାବିକରିଥିଲେ ।
ଦାବି ଗୁଡିକ ୧୫ ତାରିଖ ସୁର୍ଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ୧୭ ତାରିଖରୁ ଛୁଟିରେ ଯିବେ ବୋଲି ସଂଘ ଚେତବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସଂଜିବ ପଣ୍ଡା,ବାସୁଦେବ ଅଗ୍ରୱାଲା, ପ୍ରଭାତ ମେହେର, ଇଶାନ ଚନ୍ଦ୍ର ଶେଖର ପ୍ରଧାନ, ମିନତୀ ହୋତା, କଲ୍ୟାଣୀ ପାତ୍ର ପ୍ରମୁଖ ସାମିଲଥିଲେ ।
ଅର୍ନ୍ତରାଷ୍ଟ୍ରିୟ ମିଲେଟସ୍ ବର୍ଷ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି
ବୌଦ୍ଧ,୧୩/୪ : ବୌଦ୍ଧରେ ଅର୍ନ୍ତରାଷ୍ଟ୍ରିୟ ମିଲେଟସ୍ ବର୍ଷ ୨୦୨୩ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମିଲେଟସ ବର୍ଷ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା ।
ବୈଠକରେ ଓଡ଼ିଶା ମିଲେଟସ ମିଶନ କାର୍ଯ୍ୟକ୍ରମ ସଂଯୋଜକ ମିଲେଟସ୍ ବର୍ଷ ୨୦୨୩ର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମର ବଜେଟ ଉପସ୍ଥାପନ କରିଥିଲେ । ଆଗାମୀ ସମୟ ମିଲେଟସ କୁ ସ୍ମାର୍ଟ ଖାଦ୍ୟ ଓ ଶ୍ରୀଅନ୍ନ ରୂପେ ପ୍ରସାର ଆଦୃତ କରାଯିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ଜନାଭିମୁଖୀ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସାହୁ ବୈଠକରେ ପରାମର୍ଶ ଦେଇଥିଲେ ।
ମିଲେଟସ ବା କ୍ଷୁଦ୍ର ଖାଦ୍ୟଶସ୍ୟର ଉତ୍ପାଦନ କୃଷକ ପାଇଁ ଉତ୍ତମ ଆୟ ଓ ମିଲେଟସ ରୁ ପ୍ରସ୍ତୁତ ଖାଦ୍ୟ ଉତ୍ତମ ସ୍ୱାସ୍ଥ୍ୟ ଓ କୁପୋଷଣ ଦୂର କରିବାରେ ସହାୟକ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।
ଆଗାମୀ ସପ୍ତାହରେ ଜିଲ୍ଲା ସଦରମହକୁମା ,ବ୍ଲକ ମହକୁମା ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା କୁଇଜ୍‌,ମିଲେଟସ ପ୍ରସ୍ତୁତି ଖାଦ୍ୟ ପ୍ରତିଯୋଗିତା,ମିଲେଟସ ଖାଦ୍ୟ ଟେଷ୍ଟିଂ,ଖେଳକୁଦ ପ୍ରତିଯୋଗିତା,ମିଲେଟସ ମାତୃ ଚୟନ,ଜନପ୍ରତିନଧିଙ୍କ ସମ୍ମିଳନୀ ଇତ୍ୟାଦି ଆୟୋଜନ କରାଯିବାକୁ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031