Indus Valley Times

ପୁଣି ଭିଜିଲାନ୍ସ ଜାଲରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ: ଏକକାଳୀନ ଭୁବନେଶ୍ୱର, ଅନୁଗୁଳ ଓ ଢେଙ୍କାନାଳର ୬ଟି ସ୍ଥାନରେ ଚଢ଼ାଉ

 Breaking News

ପୁଣି ଭିଜିଲାନ୍ସ ଜାଲରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ: ଏକକାଳୀନ ଭୁବନେଶ୍ୱର, ଅନୁଗୁଳ ଓ ଢେଙ୍କାନାଳର ୬ଟି ସ୍ଥାନରେ ଚଢ଼ାଉ

March 14
10:17 2022

ଭୁବନେଶ୍ବର,୧୪/୩: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ୍ ନଂ-୪ରେ କାର‌୍ୟ୍ୟ କରୁଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘର ସମେତ ଏକକାଳୀନ ଭୁବନେଶ୍ୱର, ଅନୁଗୁଳ ଓ ଢେଙ୍କାନାଳର ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି।
ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପଟିଆର ସାଇ ଗାର୍ଡେନ୍ ଆପାର୍ଟମେଣ୍ଟ ଆବାସିକ ଭଡ଼ା ଘର ବ୍ଲକ୍ ନଂ-ବି / ୨୦୨, ଢେଙ୍କାନାଳ ସଦର ଥାନା ତାରିଣୀ ନଗର ପ୍ଲଟ୍ ନଂ -୧୩୦ / ୯୯ରେ ଥିବା ତିନିମହଲା କୋଠା, ପ୍ଲଟ୍ ନଂ -୧୨୬ / ୨୦୦ ଏବଂ ୧୩୦/୯୯ ଉପରେ ନିର୍ମିତ ଏକ ମହଲା ଘର, ଭୁବନେଶ୍ୱରର ରଘୁନାଥପୁରରେ ଥିବା ଅବସ୍ଥିତ ତିନିମହଲା କୋଠା, ଅନୁଗୁଳ ଜିଲ୍ଲାର କାକୁଡ଼ି ଠାରେ ଥିବା ପୈତୃକ ଘର ଏବଂ ରାଜଧାନୀର ନିର୍ମାଣ ସୌଧରେ ଥିବା କାର‌୍ୟ୍ୟାଳୟରେ ଚଢ଼ାଉ ଚାଲିଛି।
ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟଙ୍କ ଆଦେଶ ବଳରେ ଚାଲିଥିବା ଏହି ଚଢ଼ାଉରେ ପାଞ୍ଚଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031