Indus Valley Times

ଉଭୟ ନକଲି ଡାକ୍ତର ରମେଶ ସ୍ୱାଇଁ ଓ ତାର ଅସଲି ଡାକ୍ତର ପତ୍ନୀକୁ ରିମାଣ୍ଡ ରେ ଆଣିବ ମହିଳା ଥାନା ପୁଲିସ

 Breaking News

ଉଭୟ ନକଲି ଡାକ୍ତର ରମେଶ ସ୍ୱାଇଁ ଓ ତାର ଅସଲି ଡାକ୍ତର ପତ୍ନୀକୁ ରିମାଣ୍ଡ ରେ ଆଣିବ ମହିଳା ଥାନା ପୁଲିସ

ଉଭୟ ନକଲି ଡାକ୍ତର ରମେଶ ସ୍ୱାଇଁ ଓ ତାର ଅସଲି ଡାକ୍ତର ପତ୍ନୀକୁ ରିମାଣ୍ଡ ରେ ଆଣିବ ମହିଳା ଥାନା ପୁଲିସ
April 06
14:44 2022

ଭୁବନେଶ୍ୱର, ୬/୪: ବହୁଦିନ ଧରି ପୁଲିସକୁ ଚକ୍ମା ଦେଇ ଲୁଚକାଳି ଖେଳୁଥିବା ନକଲି ଡାକ୍ତର ରଙ୍ଗିଲା ରମେଶର ଦ୍ବିତୀୟ ପତ୍ନୀ ଶେଷରେ କମିସନରେଟ୍ ପୁଲିସ ହାତରେ ଧରାପଡ଼ିଥିଲା। ମହିଳା ଥାନା ପୁଲିସ ତାକୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା । ଏହି ମହିଳାଙ୍କ ନାମ କମଳା ସ୍ବାଇଁ(୪୪)ହୋଇଥିବାବେଳେ ବୃତ୍ତିଗତ ଭାବେ ଜଣେ ଡାକ୍ତର ହୋଇଥିଲେ ବି ରମେଶ ସହ ମିଶି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଚୂନା ଲଗାଇଥିଲେ।
ବୁଧବାର ତାଙ୍କୁ କୋର୍ଟ ଚାଲାଣ ପରେ ତାଙ୍କୁ ରିମାଣ୍ଡରେ ଆଣିବ ମହିଳା ଥାନା ପୁଲିସ । ଉଭୟ ନକଲି ଡାକ୍ତର ରମେଶ ସ୍ୱାଇଁ ଓ ତାର ଅସଲି ଡାକ୍ତର ପତ୍ନୀ କମଳା ତିର୍କୀକୁ ରିମାଣ୍ଡ ରେ ଆଣିବ ମହିଳା ଥାନା ପୁଲିସ ।
ପୂର୍ବରୁ ରମେଶ ସ୍ୱାଇଁକୁ ୪ ଥର ରିମାଣ୍ଡ ରେ ଆଣି ପଚରାଉଚରା କରାଯାଇଥିବାବେଳେ ଆଜି କମଳା ସ୍ୱାଇଁକୁ କୋର୍ଟ ଚାଲାଣ କରିବା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ପୁଲିସ ଆବେଦନ କରିବ ବୋଲି ଜଣାପଡିଛି ।
ସୂଚନା ମୁତାବକ, ୨୦୦୨ ମସିହାରେ କମଳା କାର୍ଡିଓଲୋଜି ଟ୍ରେନିଂ ପାଇଁ ହାଇଦ୍ରାବାଦ ଯାଇଥିଲେ। ସେହି ସମୟରେ ସେଠାରେ ରମେଶ ସହ ତାଙ୍କର ଭେଟ ହୋଇଥିଲା। ରମେଶ ତାଙ୍କୁ ପାଲରେ ପକାଇଥିଲା।
କମଳା ପାରାଦ୍ବୀପସ୍ଥିତ ଇଫ୍କୋରେ ଡାକ୍ତର ଥିବା ଜାଣିବା ପରେ ତାଙ୍କୁ ବିବାହ ପାଇଁ ଯୋଜନା କରିଥିଲା। ଆଉ ସଫଳ ବି ହୋଇଥିଲା। ଭେଟ ହେବାର ୩ମାସ ମଧ୍ୟରେ ତାଙ୍କୁ ବାହା ହୋଇଥିଲା।
ଏହାପରେ ଉଭୟ ସେଠାରେ ମିଶି ରହିଥିଲେ। ହେଲେ ରମେଶର କଳା କାରନାମା କମଳାଙ୍କ ପାଖରେ ବେଶି ଦିନ ଲୁଚିନଥିଲା। କମଳା ରମେଶର ସବୁ ଗୁମର ଜାଣିଥିଲେ। ଆଉ ଏହାପରେ ଉଭୟ ମିଶି ଲୋକଙ୍କୁ ଠକିବାପାଇଁ ଯୋଜନା କରିଥିଲେ। କମଳା ରମେଶଙ୍କୁ କେନ୍ଦ୍ର ସରକାର

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031