Indus Valley Times

ପୁରୀରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’, ୯ଟି ହକ୍ ବିମାନ ଦେଖାଇଲେ କଳାକୌଶଳ

 Breaking News

ପୁରୀରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’, ୯ଟି ହକ୍ ବିମାନ ଦେଖାଇଲେ କଳାକୌଶଳ

September 18
17:13 2022

ପୁରୀ,୧୮/୯: ପୁରୀରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ। ବ୍ଲୁ ଫ୍ଲାଗ ବିଚ୍ ବେଳାଭୂମିରେ ବାୟୁସେନା ପକ୍ଷରୁ ହୋଇଛି ଚିତ୍ତାକର୍ଷକ ଏୟାର ସୋ।
ବେଳାଭୂମି ଆକାଶରେ ୯ଟି ହକ ବିମାନ ନିଜ ନିଜର ଅଭିନବ କଳା କୌଶଳ ପ୍ରଦର୍ଶନ କରିଛନ୍ତି। ହକ ବିମାନଗୁଡିକ ଆରୋ, ଡ଼ାଇମଣ୍ଡ, ତେଜସ ଫର୍ମେସନରେ ଚମତ୍କାର କୌଶଳ ପ୍ରଦର୍ଶନ କରିଛନ୍ତି। ଯାହାକୁ ଦେଖିବା ପାଇଁ ବେଳଭୂମିରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ପ୍ରଥମେ ଭୁବନେଶ୍ୱରରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ହୋଇଥିଲା । ଏହାପରେ ପୁରୀରେ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଶନିବାର ପୁରୀ ବ୍ଲୁ ପ୍ଲାଗ୍ ବିଚ୍ରେ ସୂର୍ଯ୍ୟକିରଣ ଏୟାର ଶୋ ର ଫୁଲ ଡ୍ରେସ ରିହର୍ସଲ ହୋଇଥିଲା।
ରବିବାର ସୂର୍ଯ୍ୟକିରଣ ଏୟାର ସୋ ହେବାର କିଛି ସମୟ ବିଳମ୍ବି ହୋଇଥିଲା । ପାଗରେ ସୁଧାର ଆସିବା ପରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ ହୋଇଥିଲା । ଯେଉଁଥିରେ ବାୟୁସେନାର ୯ଟି ହକ୍ ବିମାନ ନିଜ ନିଜର ଅଭିନବ କୌଶଳ ପ୍ରଦର୍ଶନ କରିଛନ୍ତି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031