Indus Valley Times

ପୁରୀ ଜିଲ୍ଲା ଆଇପିଓଙ୍କ ଘରେ ଭିଜିଲାନ୍ସ ରେଡ; ୮ଟି ଟିମ୍ କରୁଛି ତଦନ୍ତ

 Breaking News

ପୁରୀ ଜିଲ୍ଲା ଆଇପିଓଙ୍କ ଘରେ ଭିଜିଲାନ୍ସ ରେଡ; ୮ଟି ଟିମ୍ କରୁଛି ତଦନ୍ତ

August 18
11:10 2021

ଭୁବନେଶ୍ୱର ୧୮/୮ : ଭିଜିଲାନ୍ସ ଜାଲରେ ଆଇପିଓ ସୀତାରାମ ସାହୁ । ପୁରୀ ଜିଲ୍ଲା ଆଇପିଓ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଏକାସାଙ୍ଗ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଆଇପିଓ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି ।ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗରେ ପୁରୀ, ଭୁବନେଶ୍ୱର, ନୟାଗଡ଼ର ୫ଟି ସ୍ଥାନରେ ଚଢାଉ ହୋଇଛି ।
ଏହି ଚଢାଉରେ ୪ ଜଣ ଡିଏସ୍ପି, ୫ ଜଣ ଇନସ୍ପେକ୍ଟରଙ୍କ ସହ ୮ ଜଣିଆ ଭିଜିଲାନ୍ସ ଟିମ୍ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ତାହା ସ୍ପଷ୍ଟ ହୋଇନାହିଁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031