Indus Valley Times

ପୁରୀ ନୀଳାଦ୍ରି କମ୍ପ୍ଲେକ୍ସ ହାଣ୍ଡଲୁମ୍ ଶୋ’ ରୁମରେ ଅଗ୍ନିକାଣ୍ଡ

 Breaking News

ପୁରୀ ନୀଳାଦ୍ରି କମ୍ପ୍ଲେକ୍ସ ହାଣ୍ଡଲୁମ୍ ଶୋ’ ରୁମରେ ଅଗ୍ନିକାଣ୍ଡ

March 10
19:18 2023

ପୁରୀ,୧୦/୩: ଆଧ୍ୟାତ୍ମିକ ସହର ‘ଶ୍ରୀକ୍ଷେତ୍ର’ରେ ପୁଣି ଥରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଏହା ପୁଣି ୪୮ ଘଣ୍ଟା ନପୁରୁଣୁ।
ପୁରୀ ସହରବାସୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଭୁଲି ନଥିଲା ବେଳେ ଏଠାରୁ ଅଳ୍ପ ଦୂରରେ ଥିବା ନୀଳାଦ୍ରି କମ୍ପ୍ଲେକ୍ସର ଏକ ହ୍ୟାଣ୍ଡଲୁମ୍ ସୋ’ରୁମ୍ରେ ଶୁକ୍ରବାର ସନ୍ଧ୍ୟାରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ ଅତି ଭୟଙ୍କର ନଥିବାରୁ ଅଗ୍ନିଶମ ବାହିନୀ ଏହାକୁ କମ୍ ସମୟ ମଧ୍ୟରେ ଆୟତ୍ତ କରିପାରିଛନ୍ତି।
ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ନୀଳାଦ୍ରି କମ୍ପ୍ଲେକ୍ସର ଭୀ ମପାତ୍ର ହେରିଟେଜ୍ ସୋ’ରୁମ୍ରେ ନିଆଁ ଲାଗିଥିଲା। ଏହା ଏକ ଘରୋଇ ସୋ’ରୁମ ଥିଲା। ଏଠାରେ ଓଡ଼ିଶା ହ୍ୟାଣ୍ଡଲୁମ୍ର ସାମଗ୍ରୀ ମଧ୍ୟ ବିକ୍ରି ହୋଇଥାଏ। ନିଆଁ ଲାଗିବା କ୍ଷଣି କାର‌୍ୟ୍ୟରତ କର୍ମଚାରୀମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।
ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କମ ସମୟ ମଧ୍ୟରେ ଆୟତ୍ତ କରିପାରିଥିଲେ। ଏସ୍ପି କନୱର ବିଶାଳ ସିଂହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି। ସେ କହିଛନ୍ତି ସଟ୍ସର୍କିଟ ଯୋଗୁଁ ସୋ’ରୁମରେ ଛୋଟ ଧରଣର ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଅଗ୍ନିକାଣ୍ଡକୁ ୫ରୁ ୧୦ ମିନିଟ ମଧ୍ୟରେ ଆୟତ୍ତ କରାଯାଇପାରିଛି। ତେଣୁ ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ।
ସୂଚନାଯୋଗ୍ୟ, ଅଗ୍ନିଶମ କର୍ମଚାରୀମାନଙ୍କ ଦୀର୍ଘ ୩୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇପାରିଥିଲା। ବୁଧବାର ରାତି ପ୍ରାୟ ସାଢ଼େ ୭ଟାରେ ବଡ଼ଦାଣ୍ଡ ସମ୍ରାଟ୍ ମାର୍କେଟ୍ କମ୍ପ୍ଲେକ୍ସର ତଳମହଲାରେ ଥିବା ଏକ ପୋଷାକ ଦୋକାନରେ ସଟ୍ ସର୍କିଟ୍ରୁ ନିଆଁ ଲାଗିଯାଇଥିଲା। ସଙ୍ଗେସଙ୍ଗେ ଏହା ସାରା ମାର୍କେଟ୍ କମ୍ପ୍ଲେକ୍ସକୁ ବ୍ୟାପି ଯାଇଥିଲା। ଯେହେତୁ ନିଆଁ ଲାଗିଥିବା ଦୋକାନ ପାଖରେ ପୋଷାକ, ଚପଲ, ପାର୍ଲର, କସମେଟିକ୍ସ ଆଦି ଦୋକାନ ରହିଥିଲା, ଏଥିରେ ଅଗ୍ନି ସଂଯୋଗ ପରେ ପ୍ରକୋପ ବଢ଼ିବାରେ ଲାଗିଥିଲା। ଚାହୁଁଚାହୁଁ ସବୁକିଛି ହୁତୁହୁତୁ ହୋଇ ଜଳିଥିଲା।
ପ୍ରଥମେ ପୁରୀ, କୋଣାର୍କ ଓ ଗୋପର ଅଗ୍ନିଶମ ବାହିନୀ ଆସି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମାର୍କେଟ୍ କମ୍ପ୍ଲେକ୍ସର ତଳମହଲାରେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ପାଣି ମାଡ଼ କରି ବି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରି ପାରିନଥିଲେ। ସଂକୁଚିତ ପ୍ରବେଶ ପଥରେ ଭିତରକୁ ଯିବାକୁ ଉଦ୍ୟମ କରି ୫ରୁ ଅଧିକ ଆଗ୍ନିକ ଅଣନିଃଶ୍ବାସୀ ହୋଇପଡ଼ିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031