Indus Valley Times

ପୁରୁଣାପାଣି-ଖଇରମାଳ ରାସ୍ତା ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା; ଦୁଇ ମହିଳା ଅସୁସ୍ଥ

 Breaking News

ପୁରୁଣାପାଣି-ଖଇରମାଳ ରାସ୍ତା ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା; ଦୁଇ ମହିଳା ଅସୁସ୍ଥ

June 22
21:45 2022

କମ୍ଭୁୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୬ : ଜିଲ୍ଲାର କଣ୍ଟାମାଳ ବ୍ଲକ ଗୁଡଭେଲିପଦର ପଂଚାୟତର ପୁରୁଣାପାଣି-ଖଇରମାଳ ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଖୋଲା ଆକାଶତଳେ ଟାଣା ଖରାରେ ଦୀର୍ଘ ସମୟ ଧରି ଧାରଣାରେ ବସି ରହିବା ଯୋଗୁଁ ଦୁଇ ଜଣ ମହିଳା ଧାରଣା ସ୍ଥଳରେ ଅସୁସ୍ଥ ହୋଇ ପଡିଥିଲେ ।
ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବୌଦ୍ଧଜିଲ୍ଲାରେ ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ସାଧାରଣଲୋକେ ଏହାକୁ ସ୍ୱାଗତ କରିଛନ୍ତି । ଗ୍ରାମାଞ୍ଚଳରେ ଲୋକମାନେ ରେଳ ପ୍ରକଳ୍ପ ନିର୍ମାଣ କରୁଥିବା ସଂସ୍ଥାଗୁଡିକୁ ସହଯୋଗ କରୁଥିବା ମଧ୍ୟ ଦେଖାଯାଇଛି । ହେଲେ ଜିଲ୍ଲାର ପୁରୁଣାପାଣି ଗ୍ରାମବାସୀମାନେ ରେଳପ୍ରକଳ୍ପ ନିର୍ମାଣକୁ ସ୍ୱାଗତ କରୁଥିଲେ ମଧ୍ୟ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ରାସ୍ତା ତୁରନ୍ତ ନିର୍ମାଣ ପାଇଁ ଦାବି କରିଛନ୍ତି ।
ପୁରୁଣାପାଣି ଓ ଖଇରମାଳା ରାସ୍ତା ଉପରେ ରେଳଲାଇନ ନିର୍ମାଣ କରାଯାଉଥିବାବେଳେ ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପୁରୁଣାପାଣି ଗ୍ରାମ ନିକଟଦେଇ ରେଳଲାଇନ ନିର୍ମାଣ କରାଯାଉଥିବାବେଳେ ଗ୍ରାମବାସୀଙ୍କ ଜମିବାଡି ମଧ୍ୟ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି ।
ତେବେ ଅନେକ ଗ୍ରାମବାସୀଙ୍କ ଜମିବାଡି ଗ୍ରାମଠାରୁ କିଛି ଦୂରରେ ରହିଥିବାବେଳେ ଜମି ଓ ଗ୍ରାମ ମଧ୍ୟରେ ରେଳ ଲାଇନ ନିର୍ମାଣ ଯୋଗୁଁ ଜମିକୁ ଯିବାକୁ ଆଉ ଅନ୍ୟ କୌଣସି ରାସ୍ତା ନାହିଁ । ତେଣୁ ଗ୍ରାମବାସୀମାନେ ରେଳ ଲାଇନ ନିର୍ମାଣ କରୁଥିବା ଠିକା ସଂସ୍ଥାକୁ ଜମିକୁ ଯିବା ପାଇଁ ରାସ୍ତା ପ୍ରଦାନ କରିବାକୁ ନିବେଦନ କରିଥିଲେ । ଏନେଇ ଠିକା ସଂସ୍ଥା ଓ ଗ୍ରାମବାସୀଙ୍କ ମଧ୍ୟରେ ସହମତି ହେବା ସହିତ ଏକ ଚୁକ୍ତି ମଧ୍ୟ ହୋଇଥିଲା ।
କିନ୍ତୁ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଗ୍ରାମବାସୀମାନେ ବାରମ୍ବାର ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହୋଇଥିବା ବେଳେ କେହି ଶୁଣୁନଥିଲେ । ଏନେଇ ଶେଷରେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ଦିନ ଧାରଣା ଦେଇଥିଲେ ।
ଧାରଣାସ୍ଥଳରେ ମହିଳା ଓ ପୁରୁଷ ବସିରହିଥିବା ବେଳେ ଦୁଇଜଣ ମହିଳା ପ୍ରେମଶିଳା ସାହୁ ଓ ରଙ୍ଗବତୀ ସାହୁ ଟାଣ ଖରା ଯୋଗୁଁ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ସେମାନଙ୍କୁ ଆମ୍ବୁଲାନସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଧାରଣାରେ ବସିଥିବା ଗ୍ରାମବାସୀଙ୍କୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ସହ ରାସ୍ତା କାମ ଖୁବ ଶିଘ୍ର ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ମାନେ ଧାରଣାରୁ ଓହରିଥିଲୋ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031