Indus Valley Times

ପୁଲିସ ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୫୦ ମିଲିସିଆ

 Breaking News

ପୁଲିସ ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୫୦ ମିଲିସିଆ

ପୁଲିସ ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୫୦ ମିଲିସିଆ
June 02
19:29 2022

ମାଲକାନଗିରି , ୨/୬: ପୁଲିସକୁ ମିଳିଛି ଆଜି ବଡ଼ ସଫଳତା। ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୫୦ ମାଓ ମିଲିସିଆ। ଆଜି ଡିଜିପି ମାଲକାନଗିରି ଗସ୍ତରେ ଯାଇଥିଲା ବେଳେ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି।
ଆତ୍ମସମର୍ପଣ କରିଥିବା ମିଲିସିଆଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪୮ ଜଣ ପୁରୁଷ ଅଛନ୍ତି। ନକ୍ସଲମାନେ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଡିଜିପି ଆହ୍ୱାନ ଦେଇଛନ୍ତି।
ଡିଜିପି ଆଜି ପୂର୍ବାହ୍ନ ୧୦ଟା ୪୦ରେ ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ବିଏସ୍ଏଫ୍ କ୍ୟାମ୍ପରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅପରେସନ୍ ଆଇଜି ଅମିତାଭ ଠାକୁର ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ।
ନକ୍ସଲ ଦମନ ନେଇ ବିଏସ୍ଏଫ୍ ଓ ପୁଲିସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ଡିଜିପି। ଏହାପରେ ମାଥିଲି ଥାନାର ନୂତନ ବିଲ୍ଡିଂର ଉଦ୍ଘାଟନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031