Indus Valley Times

ପୂର୍ବତନ ବିଧାୟକ ସରୋଜ ପାଢ଼ୀ ବ୍ରହ୍ମପୁରରୁ ଉଦ୍ଧାର

 Breaking News

ପୂର୍ବତନ ବିଧାୟକ ସରୋଜ ପାଢ଼ୀ ବ୍ରହ୍ମପୁରରୁ ଉଦ୍ଧାର

ପୂର୍ବତନ ବିଧାୟକ ସରୋଜ ପାଢ଼ୀ ବ୍ରହ୍ମପୁରରୁ ଉଦ୍ଧାର
May 17
20:06 2022

ଭୁବନେଶ୍ୱର, ୧୭/୫ : ଉଦ୍ଧାର ହେଲେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ । କମିଶନରେଟ୍ ପୋଲିସ୍ ଆଜି ତାଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କରିଛି ।
ଉଦ୍ଧାର ପରେ ତାଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଣାଯାଉଥିବା ସୂଚନା ମିଳିଛି । ତେବେ କିଛିଦିନ ଧରି ପୂର୍ବତନ ବିଧାୟକ ସରୋଜ ପାଢୀ ନିଖୋଜ ଥିଲେ । ତାଙ୍କୁ ରାମେଶ୍ୱରମରୁ ଠାବ କରାଯାଇଥିଲା । ପୁଅକୁ ଫୋନ ଯୋଗେ ସେ ନିଜେ ସୂଚନା ଦେଇଥିଲେ ।
ସରୋଜ ପାଢ଼ୀ ପ୍ରଥମେ ଗୋଆ ପରେ ସେଠାରୁ ରାମେଶ୍ୱରମ ଯାଇଥିଲେ । ଗତ ୧୨ ତାରିଖରୁ ନିଖୋଜ ହେବା ନେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ପରିବାର ।
ସେ କେଉଁ କେଉଁ ସ୍ଥାନକୁ ଯାଇପାରନ୍ତି, ସେସବୁ ସ୍ଥାନରେ ଅନୁଧ୍ୟାନ କରିଥିଲା ପୋଲିସ । ଏମିତିକି ସମସ୍ତ ସମ୍ପର୍କୀୟଙ୍କୁ ଯୋଗଯୋଗ କରାଯାଇଥିଲା । ରାଜ୍ୟର ବିଭିନ୍ନ ଥାନାକୁ ସରୋଜଙ୍କ ଫଟୋ ଓ ତାଙ୍କର ତଥ୍ୟ ପଠାଯାଇଥିଲା ।
ସୂଚନା ଅନୁଯାୟୀ, ଗତ ୧୨ ତାରିଖରୁ ସରୋଜ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ଘରକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ।
ହେଲେ କୌଣସି ସୁଫଳ ମିଳିନଥିଲା । ଶେଷରେ ପୁଅ ଥାନାରେ ଏତଲା ଦେଇଥିଲେ । ୨୦୦୪ରେ କଂଗ୍ରେସ ଟିକେଟରେ ଆସିକାରୁ ଜିତିଥିଲେ ସରୋଜ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031