Indus Valley Times

ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ, ୮୮ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ୱାସ

 Breaking News

ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ, ୮୮ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ୱାସ

ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ, ୮୮ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ୱାସ
November 04
11:37 2026

କଳାହାଣ୍ଡି, ୪/୧୧ : ଓଡ଼ିଶା ରାଜନୀତିର ଜଣେ ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ରାସବିହାରୀ ବେହେରାଙ୍କ ପରଲୋକ। କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରାଙ୍କ ୮୮ ବର୍ଷ ବୟସରେ ଭବାନୀପାଟଣାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ଖବର ଶୁଣି ଜିଲାରେ ଶୋକର ଛାୟା ଖେଳିଯାଇଛିଫ
ତାଙ୍କ ବିୟୋଗ ଖବରକୁ ନେଇ ରାଜନୈତିକ ଓ ସାହିତ୍ୟ ମହଲରେ ଶୋକର ଛାୟା ଖେଳିଯାଇଛି । ଆଜି ଭବାନୀପାଟଣା ଠାରେ ତାଙ୍କ ଶେଷକୃତ୍ୟ କରାଯିବ ବୋଲି ସୂଚନା ରହିଛି। ଜଣେ ଦକ୍ଷ ପ୍ରଶାସକ, ଜନପ୍ରିୟ ନେତା ଓ ସାହିତ୍ୟିକ ଭାବେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳର ମହିଚଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ରାସବିହାରୀ ବେହେରା। ସେ ୧୯୮୦ ମସିହାରେ କଂଗ୍ରେସରୁ ଟିକେଟ ପାଇ କଳାହାଣ୍ଡି ଲୋକସଭା ଆସନରୁ ସପ୍ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ଏହା ପୂର୍ବରୁ ୧୯୭୭ ଏବଂ ପରବର୍ତ୍ତୀ ସମୟରେ ୧୯୮୫ ମସିହାରେ ଓଡ଼ିଶା ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରିମଣ୍ଡଳରେ ସେ କୃଷି ଓ ସମବାୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ।
କେବଳ ରାଜନୀତି ନୁହେଁ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ତାଙ୍କର ଥିଲା ଅନନ୍ୟ ପରିଚୟ । ଉପନ୍ୟାସ ଓ ପ୍ରବନ୍ଧ ରଚନା ସହ ମାସିକ ପତ୍ରିକା ‘ସାଗର’ର ସମ୍ପାଦନା କରୁଥିଲେ। ମହାବୀର ସାଂସ୍କୃତିକ ଅନୁଷ୍ଠାନର ସେ ଥିଲେ ପ୍ରତିଷ୍ଠାତା। ଏଥିସହ କଳାହାଣ୍ଡି ଲେଖକ ପରିଷଦର ସଭାପତି ଭାବେ ମଧ୍ୟ କାର‌୍ୟ୍ୟ କରିଥିଲେ। ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ୨୦୧୩ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ତାଙ୍କ ବିୟୋଗରେ କେବଳ କଳାହାଣ୍ଡି ନୁହେଁ, ସମଗ୍ର ଓଡ଼ିଶା ଜଣେ ଅଭିଜ୍ଞ ରାଜନେତା ଓ ସାରସ୍ୱତ ସାଧକଙ୍କୁ ହରାଇଲା।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30