Indus Valley Times

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତିସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

 Breaking News

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତିସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତିସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
February 09
15:32 2023

ଝାରସୁଗୁଡ଼ା ,୯/୨: ସ୍ବର୍ଗତ ନବ ଦାସଙ୍କୁ ଗୁରୁବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡା ସରବାହାଲ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବ ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଏହାସହ ସେଠାରେ ଉପସ୍ଥିତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ। ନବଦାସଙ୍କ ସ୍ମୃତି ସଭାରେ ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ନବ ଦାସଙ୍କ ସମର୍ଥକ ଯୋଗ ଦେଇଥିଲେ।
ସ୍ବର୍ଗତ ନବ ଦାସଙ୍କ ସ୍ମୃତି ସଭାରେ ସ୍ତ୍ରୀ, ଝିଅ ଏବଂ ପୁଅ ଭାବବିହ୍ବଳ ହୋଇପଡିଥିଲେ। ଝିଅ ଦିପାଳୀ ବାପାଙ୍କୁ ମନେ ପକାଇ କହିଥିଲେ, ମୋ ବାପାଙ୍କ ନାଁ ପୂର୍ବରୁ ସ୍ବର୍ଗତ ଲଗାଇବାକୁ ପଡିବ ମୁଁ କେବେ ଭାବି ନ ଥିଲି। କିନ୍ତୁ ଆଜି ଲଗାଇବାକୁ ପଡୁଛି।
ସବୁବେଳେ ସେ ମୋତେ ଉତ୍ସାହିତ କରୁଥିଲେ। ଯଦିଓ ଆଜି ସେ ମୋ ସହ ନାହାନ୍ତି, କିନ୍ତୁ ସେ ଉପରେ ଥାଇ ବି ମୋ କଥା ଶୁଣୁଛନ୍ତି। ସେ ସର୍ବଦା ଝାରସୁଡାର ବିକାଶ ଚାହୁଁଥିଲେ।
ଏପରିକି ଝାରସୁଗୁଡା ପାଇଁ ସେ ନିଜ ଜୀବନ ମଧ୍ୟ ଦେବାକୁ ପ୍ରସ୍ତୁତ ଥିଲେ। ତାଙ୍କୁ ଲୋକ କେତେ ଭଲ ପାଉଥିଲେ ତାହା ଏହି ଭିଡରୁ ଜଣାପଡେ।
ସୂଚନାଯୋଗ୍ୟ, ନବ ଦାସଙ୍କ ଏହି ଶ୍ରଦ୍ଧାଞ୍ଜଳି ସଭାରେ ୫୦ ହଜାରରୁ ଅଧିକ ଲୋକଙ୍କ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେଥିପାଇଁ ୪୦ରୁ ଅଧିକ କାଉଣ୍ଟର ବ୍ୟବସ୍ଥା ହୋଇଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930