Legatus

ପୋଖରୀରୁ ମିଳିଲା ୨୫ ଲକ୍ଷ ଟଙ୍କାର ରକ୍ତ ଚନ୍ଦନ କାଠ ଗଣ୍ଡି, ଓଜନ ୫୩୮ କିଲୋ

 Breaking News

ପୋଖରୀରୁ ମିଳିଲା ୨୫ ଲକ୍ଷ ଟଙ୍କାର ରକ୍ତ ଚନ୍ଦନ କାଠ ଗଣ୍ଡି, ଓଜନ ୫୩୮ କିଲୋ

ପୋଖରୀରୁ ମିଳିଲା ୨୫ ଲକ୍ଷ ଟଙ୍କାର ରକ୍ତ ଚନ୍ଦନ କାଠ ଗଣ୍ଡି, ଓଜନ ୫୩୮ କିଲୋ
April 24
11:08 2023

ପାରଳାଖେମୁଣ୍ଡି,୨୪/୪ : ଗଜପତି ଜିଲା ଗୋଷାଣୀ ବ୍ଲକ ଗାରବନ୍ଧ ଥାନା ଏବଂ ନାରାୟଣପୁରସ୍ଥ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରାଯାଇ ୫୩୮ କେଜି ଓଜନର ୨୭ଟି ଦୁର୍ଲଭ ରକ୍ତଚନ୍ଦନ କାଠଗଣ୍ଡି ଜବତ କରାଯାଇଛି।
ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ଙ୍କୁ ଏମ୍.ପାଇଲମ ଗ୍ରାମରେ ଥିବା ଏକ ପୋଖରୀରେ ରକ୍ତଚନ୍ଦନ କାଠ ଲୁଚା ହୋଇଥିବା ଖବର ପାଇ ଥିଲେ। ଏନେଇ ନାରାୟଣପୁରସ୍ଥ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କବିନ ପରିଚ୍ଛାଙ୍କ ନେତୃତ୍ୱରେ ବନ ବିଭାଗର ଟିମ୍ ଏବଂ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ରକ୍ତଚନ୍ଦନ କାଠଗଣ୍ଡି ଉଦ୍ଧାର କରି ଜବତ କରିଥିଲେ।
କାଠଗଣ୍ଡିଗୁଡିକୁ ନାରାୟଣପୁରସ୍ଥିତ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟକୁ ନିଆଯିବା ପରେ ଓଜନ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କାରୁ ଊଦ୍ଦର୍ବ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହି ଘଟଣାରେ କେହି ଦୁର୍ବୃତ୍ତ ଧରାପଡି ନ ଥିବା ବେଳେ ଏହି ଦୁର୍ଲଭ ରକ୍ତ ଚନ୍ଦନ କାଠ ଗୁଡିକୁ ଚାଲାଣ ନିମନ୍ତେ ଦୁର୍ବୃତ୍ତ ପୋଖରୀ ମଧ୍ୟରେ ଲୁଚାଇ ରଖିଥିବାର ଅନୁମାନ କରାଯାଉଛି ।
ଏନେଇ ଏକ ମାମଲା(ନଂ.୧/୨୩-୨୪) ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଳିଥିବା ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ପରିଚ୍ଛା କହିଛନ୍ତି। ଏହି ଚଢାରେ ଗାରବନ୍ଧ ପୋଲିସ ପକ୍ଷରୁ ଏସ୍ଆଇ ନାରାୟଣ ଦାସ, ଏଏସ୍ଆଇ ଅଶୋକ କୁମାର ବେହେରା ପ୍ରମୁଖଙ୍କ ସହ ମହେନ୍ଦ୍ର ବନାଞ୍ଚଳର ଗାରବନ୍ଧ ଫରେଷ୍ଟର କେ.କାମେଶ୍ବର ରାଓ ପ୍ରମୁଖଙ୍କ ସହ ବନକର୍ମଚାରୀ ଉପସ୍ଥିତଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31