Indus Valley Times

ପୋଖରୀରେ ବୁଡି ୨ ମହିଳା ମୃତ, ଗାଧୋଇବାବେଳେ ଖସିଗଲା ଗୋଡ

 Breaking News

ପୋଖରୀରେ ବୁଡି ୨ ମହିଳା ମୃତ, ଗାଧୋଇବାବେଳେ ଖସିଗଲା ଗୋଡ

ପୋଖରୀରେ ବୁଡି ୨ ମହିଳା ମୃତ, ଗାଧୋଇବାବେଳେ ଖସିଗଲା ଗୋଡ
June 08
11:04 2023

କନ୍ଧମାଳ,୮/୬ : ପୋଖରୀରେ ବୁଡ଼ି ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଳିଙ୍ଗାଗଡ଼ରେ ଘଟିଛି ଏହି ଘଟଣା।
ମୃତ ଦୁଇ ମହିଳା ହେଉଛନ୍ତି ସୂର‌୍ୟ୍ୟକାନ୍ତି ପ୍ରଧାନ ଓ କୁରୁମଣି ପ୍ରଧାନ। ଆଜି ସକାଳେ ସେମାନେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ କୁରୁମଣିଙ୍କ ଗୋଡ଼ ଖସି ଯାଇଥିଲା। ସେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସୂର‌୍ୟ୍ୟକାନ୍ତି ମଧ୍ୟ ବୁଡ଼ି ଯାଇଥିଲେ।
ଉଭୟ ପୋଖରୀରେ ବୁଡ଼ି ଯାଇଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ତେବେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା।
ଜି .ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ ଲିଙ୍ଗାଗଡ଼ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031