Indus Valley Times

ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ବିରୋଧକରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

 Breaking News

ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ବିରୋଧକରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ବିରୋଧକରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ
March 16
19:15 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ; ୧୬/୩: ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମର ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ବିରୋଧକରି ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ଜଣାପଡିଛି ।
ଗ୍ରାମବାସୀଙ୍କ ଅଭିଯୋଗଯେ, ବିରାମଚନ୍ଦ୍ରପୁର ବୌଦ୍ଧ ଜିଲ୍ଲାର ସର୍ବପୁରାତନ ଗ୍ରାମ ଅଟେ । ଏହି ଗ୍ରାମର ପରିସିମା ପଡୋସୀ କନ୍ଧମାଳ ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ପର୍ଯ୍ୟନ୍ତ ସଂଲଗ୍ନ ରହିଛି ।
ରାଜୁଡା ସମୟରେ ଆମ୍ଭ ଗ୍ରାମବସତି ହେଲାପରେ ଚାଷ ଉପଯୋଗୀପାଇଁ ଗ୍ରାମର ଉପର ମୁଣ୍ଡରେ ଏହି ଅଂଚଳବାସୀ ମାଟି ବୋହି ପୋଖରି ଖନନ କରିଥିଲେ । ଏହାର ଆୟତନ ପ୍ରାୟ ୫୦ଏକର ଅଟେ ।
ବିରାମଚନ୍ଦ୍ରପୁର ଗ୍ରାମର ୫ହଜାର ରୁ ଅଧିକ ଲୋକ ସଂଖ୍ୟା ବିଶିଷ୍ଟ ଏକ ଗ୍ରାମ । ଏହି ଗ୍ରାମର ପ୍ରାୟ ୮୦ଭାଗ ଲୋକ କୃଷିଜୀବୀ ହୋଇଥିବାରୁ କୃଷିକୁ ହିଁ ଜୀବୀକାର ମାଧ୍ୟମ ଭାବେ ଗ୍ରହଣ କରିଥାନ୍ତି ।
କୃଷି ଉପରେ ନିର୍ଭର କରୁଥିବା ଗ୍ରାମବାସୀଙ୍କ ଜଳସେଚନର ଏକମାତ୍ର ନିର୍ଭର ଯୋଗ୍ୟ ଉତ୍ସ ହେଉଛି ଏହି ବଡବନ୍ଧ । ଏହି ପୋଖରିର ଜଳକୁ ବିନିଯୋଗ କରି ଉଭୟ ରବି ଓ ଖରିଫ ଚାଷ କରାଯାଇଥାଏ । ଆମ ଗାଁଟି ସାଲୁଙ୍କି କେନାଲର ଶେଷ ମୁଣ୍ଡରେ ଥିବାରୁ କୃଷି କାର୍ଯ୍ୟରେ ପ୍ରତିବର୍ଷ ଜଳାଭାବ ଦେଖାଯାଇଥାଏ । ସେହି ସମୟରେ ଉକ୍ତ ପୋଖରୀ ଗ୍ରାମର କୃଷି କ୍ଷେତ୍ରରେ ଆଶା ସଂଚାର କରିଥାଏ ।
ଏହି ପୋଖରୀ ଜଳ ଉପରେ ଗ୍ରାମର ପ୍ରାୟ ୨୫ଶହ ଏକରର ଚାଷଜମୀ ଜଳ ସେଚିତ ହୋଇଥାଏ । ଏବେ ନିର୍ମାଣାଧିନ ରେଳ ରାସ୍ତା ପୋଖରୀର ମଝିରେ ଯାଉଥିବାରୁ ଜଳାଶୟପ୍ରତି ସଂକଟ ଦେଖାଦେଇଛି । ରେଳ ବିଭାଗ ଯୋଜନା ଅନୁଯାଇ ବିନା ପୋଲ ନିର୍ମାଣରେ ଜଳାଶୟକୁ ପୋତି ରେଳ ରାସ୍ତା ତିଆରି ହେବ ।
ଯାହା ଦ୍ୱାରାକି ଜଳାଶୟଟି ସଂପୁର୍ଣ୍ଣ ପୋତି ହୋଇଯିବ ଏହାର ଜଳ ଧାରଣା କ୍ଷମତା କମିଯିବା ସଙ୍ଗେ ସଙ୍ଗେ ଆୟତନ ସଂକୁଚିତ ହୋଇଯିବ ଓ ପରିବେଶ ଉପରେ କୁପ୍ରଭାବ ପଡିବ ଫଳତଃ ଜଳାଶୟ ଉପରେ ନିର୍ଭର କରୁଥିବା ସମସ୍ତ ଚାଷ ଜମୀ ଆଗାମି ଦିନରେ ମରୁଭୂମୀ ପାଲୋଟିଯିବ । ରେଳ ବିଭାଗର ଏପରି ମନମୁଖି କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡିବା ଜଳାଶୟପ୍ରତି ଥିବା ସଂକଟରେ ଗ୍ରାମବାସୀ ଅତଙ୍କିତ ହୋଇପଡିଛନ୍ତି ।
ଏଣୁ ଜଳାଶୟର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ବିନା ପୋଲରେ ରେଳ ରାସ୍ତା ନିର୍ମାଣକୁ ମଂଜୁର ନକରି ପୋଲ ନିର୍ମଣ ପାଇଁ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ପୋଖରିର ସମସ୍ତ ମାଟି ଖନନ କରି ଜଳାଶୟକୁ ଗଭିର କରିବାପାଇଁ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥାକୁ ଗ୍ରହଣ କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଏହାର ନକଲ ଭାରତ ସରକାର ରେଲବିଭାଗ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଓଡିଶା, ଭାରତ ସରକାର ପୁର୍ବତଟ ରେଳ ବିଭାଗ ମୁଖ୍ୟ ଅଧିକାରୀ, ଭୁବନେଶ୍ୱର, ବିଧାୟକ, ବୌଦ୍ଧଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଥିବା ଗ୍ରାମବାସୀ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
ଛାତ୍ର ଛାତ୍ରୀଙ୍କ ଦ୍ୱାରା ପରିବେଶ ସମ୍ବନ୍ଧୀୟ ଡାକଟିକେଟ ପ୍ରଦର୍ଶନୀ ଅନୁଷ୍ଠିତ
ବୌଦ୍ଧ, ୧୬/୩: ବଘିଆପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ଓ ଡାକ ଟିକେଟ ସଂଗ୍ରହ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ପରିବେଶ ସମ୍ବନ୍ଧୀୟ ଡାକଟିକେଟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଦର୍ଶନୀରେ ବୌଦ୍ଧର ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଡାକଟିକେଟ ସଂଗ୍ରାହକ ବିଶ୍ୱନାଥ ମିଶ୍ରଙ୍କ ସହିତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂଗୃହିତ ୧୧୦ଟି ଦେଶର ଡାକଟିକେଟ ପ୍ରଦର୍ଶିତ ହୋଇଥିଲା ।
କାର୍ଯ୍ୟକ୍ରମକୁ ୫ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଉର୍ମିଳା ଝାଙ୍କର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ବଘିଆପଡା ସରପଞ୍ଚ ସୁଶ୍ରୀ ଅନୁଜା ଦିପ, ସିଆରସିସି ବିଜୟ କୁମାର ଭୋଇ, ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିବାସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁ।।ନ୍ତ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଦର୍ଶନୀର ସଫଳତାରେ ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ, ନିରଞ୍ଜନ ପ୍ରଧାନ, ଶିକ୍ଷକ ଜୟ ମହାନନ୍ଦିଆ, ସତ୍ୟାନନ୍ଦ ଦନାୟକ, ଶିକ୍ଷୟତ୍ରୀ ବିଥିକା ସାମନ୍ତରାୟ, ମାଳତୀ ହରିପାଲ ସକ୍ରିୟ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30