Indus Valley Times

ପୋଖରୀ ଭିତରକୁ ପଶିଗଲା କାର, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ହେଲେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

 Breaking News

ପୋଖରୀ ଭିତରକୁ ପଶିଗଲା କାର, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ହେଲେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

ପୋଖରୀ ଭିତରକୁ ପଶିଗଲା କାର, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ହେଲେ ଚାଲିଗଲା ସ୍ତ୍ରୀଙ୍କ ଜୀବନ
September 13
12:13 2022

ବଲାଙ୍ଗିର,୧୩/୯: ଗର୍ଭବତୀ ସ୍ତ୍ରୀକୁ ଡାକ୍ତର ଦେଖାଇ ଉଭୟ ଦମ୍ପତି କାର୍ ଯୋଗେ ଘରକୁ ଫେରୁଥିଲେ। ହଠାତ୍ ରାସ୍ତାରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା ଚଳନ୍ତା କାର୍। ସୌଭାଗ୍ୟବଃଶତ କାର୍ ଡ୍ରାଇଭ କରୁଥିବା ସ୍ୱାମୀଙ୍କ ଜୀବନ ବଞ୍ଚିଗଲା।
କିନ୍ତୁ ପାଣି ଭିତରେ ବୁଡ଼ି ଯାଇଥିବା କାର୍ ଭିତରେ ରହି ଜଳସମାଧି ନେଇଗଲା ସ୍ତ୍ରୀ। ସ୍ୱାମୀଙ୍କ ଆଖି ସାମ୍ନାରେ ଆରପାରିକୁ ଚାଲିଗଲେ ସ୍ତ୍ରୀ। ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଜାମସର ଗାଁ ନିକଟରେ। ମୃତ ମହିଳା ଜଣଙ୍କ ହେଲେ ପିଙ୍କି ସାହୁ।
ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ଗାଁର ମୁନା ସାହୁ ବଲାଙ୍ଗିର ମେଡିକାଲରୁ ସ୍ତ୍ରୀର ଚେକ୍ଅପ୍ କରି କାର୍ ଯୋଗେ ଘରକୁ ଫେରୁଥିଲେ। ଜାମସର ଗାଁ ନିକଟରେ କାର୍ଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା। ମୁନା କାର୍ ବାହାରକୁ ବାହାରି ଆସି ରାସ୍ତା କଡ଼କୁ ଚାଲି ଆସିଥିଲେ।
କିନ୍ତୁ ସ୍ତ୍ରୀ ପିଙ୍କି ବାହାରକୁ ବାହାରି ପାରି ନ ଥିଲେ। ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବାର ଘଣ୍ଟାଏ ପରେ ମୁନାଙ୍କ ସ୍ତ୍ରୀ ପିଙ୍କିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।
ପରେ ତାଙ୍କୁ ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ପିଙ୍କିଙ୍କୁ ମୃତ ଘୋଷଣା କରିଥିଲେ। ଆଜି ପିଙ୍କିଙ୍କ ଶବ ବ୍ୟବଚ୍ଛେଦ କରାଯିବ। ପିଙ୍କିଙ୍କର ୨ ବର୍ଷର ପୁଅ ରହିଛି। ପିଙ୍କିଙ୍କ ମୃତ୍ୟୁ ପରେ ପରିବାରରେ ଶୋକରଛାୟା ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031