Indus Valley Times

ପୋଲ ଉପରେ ୩ ଫୁଟର ବନ୍ୟା ପାଣି, କେନ୍ଦୁଝର-ମୟୁରଭଞ୍ଜ ମଧ୍ୟରେ ଥିବା ୨ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ

 Breaking News

ପୋଲ ଉପରେ ୩ ଫୁଟର ବନ୍ୟା ପାଣି, କେନ୍ଦୁଝର-ମୟୁରଭଞ୍ଜ ମଧ୍ୟରେ ଥିବା ୨ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ

ପୋଲ ଉପରେ ୩ ଫୁଟର ବନ୍ୟା ପାଣି, କେନ୍ଦୁଝର-ମୟୁରଭଞ୍ଜ ମଧ୍ୟରେ ଥିବା ୨ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ
August 20
10:50 2022

ଭୁବନେଶ୍ୱର, ୨୦/୮:: ବନ୍ୟା ଆଁରେ ରାଜ୍ୟର ୧୨ ଜିଲ୍ଲା । ଗାଁ ଗାଁରେ ଏବେବି ପାଣିର ସୁଅ ଚାଲିଛି । ଶହ ଶହ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ବନ୍ୟା ସାଙ୍ଗକୁ ଅହରହ ବର୍ଷା ଉପୁଜାଇଛି ହାହାକାର ସ୍ଥିତି । କିଏ ଛାତ ଉପରେ ତ ଆଉ କିଏ ରାସ୍ତା ଉପରେ ପଲିଥିନ ଟାଣି ଅପେକ୍ଷା କରିଛି ପାଣି କମିବାକୁ।
ଅସହାୟ ଅବସ୍ଥାରେ ପଡିରହିଛନ୍ତି ହଜାର ହଜାର ବିପନ୍ନ । ନା ପାଖରେ ଖାଇବାକୁ ଅଛି, ନା ମୁଣ୍ଡ ଗୁଞ୍ଜିବାକୁ ଜାଗା ଅଛି। ଏଭଳି ସ୍ଥିତିରେ ଉତ୍ତର ଓଡିଶାରେ ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି ।
ଗତକାଲି ସକାଳେ ଗଭୀର ଅବପାତରେ ପରିଣତ ହୋଇଥିବା ଅବପାତ ଗତ ୬ ଘଣ୍ଟାରେ ଘଣ୍ଟାକୁ ୨୨ କିମି ବେଗରେ ଗତି କରୁଛି । ବାରିପଦାଠାରୁ ଏହା ୩୦ କିମି ଦୂର ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଅଞ୍ଚଳରେ ଏହା କେନ୍ଦ୍ରୀଭୂତ ହୋଇଛି। ଏହା ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି।
ଆଜି ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଂଜ ସମେତ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ପୋଲ ଉପରେ ୩ ଫୁଟର ବନ୍ୟା ପାଣି । କେନ୍ଦୁଝର-ମୟୁରଭଞ୍ଜ ମଧ୍ୟରେ ଥିବା ୨ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ବାଲେଶ୍ୱରକୁ ୨ ଘଊଜୠ ଓ ୨ଟି ଓଡ୍ରାଫ୍ ଟିମ୍ ପଠାଯାଇଛି । ବାଲେଶ୍ୱରରେ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତଳିଆ ଅଞ୍ଚଳରୁ ଅଧିକାଂଶ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଝଜଉ ସୂଚନା ଦେଇଛନ୍ତି ।
ଲଗାଣ ବର୍ଷା ଯୋଗୁ ବାଲିଆ-ନୂଆସାହି ରାସ୍ତାରେ ୧ ଫୁଟର ପାଣି ପ୍ରବାହିତ ହେଉଛି। ରାସ୍ତା ବୁଡ଼ିବା ଯୋଗୁଁ ରେମୁଣା-ବାରିପଦା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ଯଶୀପୁର-ଶିମିଳିପାଳ ରାସ୍ତାରେ ଥିବା ପୋଲ ବୁଡ଼ି ଯାଇଛି।
ଗଡ଼ତଳସାହି ନିକଟ ଖଇରିଭଣ୍ଡନ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି। ପୋଲ ବୁଡ଼ି ଯିବାରୁ ୪ଟି ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗୁରୁଡ଼ିଆ, ଅସ୍ତକଅଁର, ଧଳାବଣି ଓ ବରେଇପାଣି ପଞ୍ଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।
ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୧.୦୨ ଫୁଟ୍ ରହିଛି। ଡ୍ୟାମ୍କୁ ପ୍ରବେଶ କରୁଛି ୨ ଲକ୍ଷ ୧୬ ହଜାର ୬୧୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମ୍ରୁ ନିଷ୍କାସିତ ହେଉଛି ୩ ଲକ୍ଷ ୫୪ ହଜାର ୬୯୪ କ୍ୟୁସେକ ପାଣି।
ମୁଣ୍ଡଳିରେ ପାସ୍ କରୁଛି ୮ ଲକ୍ଷ ୮୮ ହଜାର ୧୪୯ କ୍ୟୁସେକ୍ ଜଳ। ବରମୂଳରେ ୭ ଲକ୍ଷ ୩୭ ହଜାର କ୍ୟୁସେକ୍ ଜଳ ପାସ୍ କରୁଛି। ଖଇରମାଳରେ ୫ ଲକ୍ଷ ୫୫ ହଜାର କ୍ୟୁସେକ୍ ଜଳ ପାସ୍ କରୁଛି । ବର୍ଷା କମିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି କହିଛନ୍ତି ଏସ୍ଆରସି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031