Indus Valley Times

ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଲା ବିଜେପି : ମଇଦାନକୁ ଓଲ୍ଲାଇବେ ଧର୍ମେନ୍ଦ୍ର, ବୈଜୟନ୍ତ ଓ ସମ୍ବିତ

 Breaking News

ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଲା ବିଜେପି : ମଇଦାନକୁ ଓଲ୍ଲାଇବେ ଧର୍ମେନ୍ଦ୍ର, ବୈଜୟନ୍ତ ଓ ସମ୍ବିତ

ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଲା ବିଜେପି : ମଇଦାନକୁ ଓଲ୍ଲାଇବେ ଧର୍ମେନ୍ଦ୍ର, ବୈଜୟନ୍ତ ଓ ସମ୍ବିତ
March 09
19:20 2022

ଭୁବନେଶ୍ବର, ୯/୩: ପୌର ନିର୍ବାଚନ ପାଇଁ ଗତ ୭ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଆଗାମୀ ମାର୍ଚ୍ଚ ୨୪ ତାରିଖରେ ପୌର ପରିଷଦ ନିର୍ବାଚନ ପାଇଁ ରାଜ୍ୟର ୧୦୬ଟି ମ୍ୟୁନିସିପାଲଟି/ଏନ୍ଏସି ସମେତ ୩ଟି ମହାନଗର ନିଗମରେ ଭୋଟ ଗ୍ରହଣ କରାଯିବ।
ପୌର ନିର୍ବାଚନ ପାଇଁ କେମିତି ପ୍ରଚାର ରଣନୀତି ରହିବ, ସେନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୋଜନା ପ୍ରସ୍ତୁତି କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ସମ୍ବିତ ପାତ୍ର ପ୍ରଚାର ମଇଦାନ୍କୁ ଓହ୍ଲାଇବେ। ଦୁଇ ଦିନ ମଧ୍ୟରେ ଏହି ତୁଙ୍ଗନେତାମାନେ ନିର୍ବାଚନ କରିବେ। ବିଜେପି ମୁଖପାତ୍ର ସୁରଥ ବିଶ୍ବାଳ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଗତମାସରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ଭଲ ପ୍ରଦର୍ଶନ କରିଥିଲା। ବିଜେଡି ନିର୍ବାଚନ ପୂର୍ବରୁ ଭଲ ରଣନୀତି କରିଥିଲା।
ଫଳରେ ଦଳକୁ ସଫଳତା ମିଳିଥିଲା। ମୋଟ ୮୫୧ ଜିଲ୍ଲା ପରିଷଦ ଜୋନ୍ରୁ ବିଜେଡି ସର୍ବାଧିକ ୭୬୫ଟି ଜୋନ୍ରେ ଜିତିଥିଲା। ଭାରତୀୟ ଜନତା ପାର୍ଟି ୪୨ଟି ଜୋନରେ ବିଜୟୀ ହୋଇ ପାରିଥିଲା। ସେହିଭଳି ଦେଶର ସର୍ବପୁରାତନ ଜାତୀୟ ରାଜନୈତିକ ଦଳ କଂଗ୍ରେସକୁ ମାତ୍ର ୩୭ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ୩ଟି ଓ ଅନ୍ୟାନ୍ୟ ଦଳ ୪ଟି ଜୋନରେ ବିଜୟୀ ହୋଇଥିଲେ।
ତେବେ ପୌର ନିର୍ବାଚନରେ ଯେପରି ପଞ୍ଚାୟତ ନିର୍ବାଚନ ସ୍ଥିତି ନହୁଏ, ସେଥିପାଇଁ ବିଜେପି ଏଥର ପୂରା ରଣନୀତି କରିବ। ମତଦାତାଙ୍କ ନିକଟତର ହୋଇ ଭୋଟ ମାଗିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031