Indus Valley Times

ପୌର ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି, ଆସନ୍ତା ୨ରୁ ନାମାଙ୍କନ ପତ୍ର ଦାଖଲ

 Breaking News

ପୌର ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି, ଆସନ୍ତା ୨ରୁ ନାମାଙ୍କନ ପତ୍ର ଦାଖଲ

February 28
15:38 2022

ଭୁବନେଶ୍ୱର ୨୮/୨ : ମହାନଗର ନିଗମ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ। ବିଏମସି କାର୍ଯ୍ୟାଳୟ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ୱାର୍ଡ ୱାରି ଜାରି ହୋଇଛି ବିଜ୍ଞପ୍ତି।
ମେୟର, ଡେପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ବିଜ୍ଞପ୍ତିରେ ତାରିଖ ପ୍ରକାଶ ହୋଇଛି। ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଏମ୍ସି ଅତିରିକ୍ତ କମିଶନର କହିଛନ୍ତି ।
ବିଜ୍ଞପ୍ତି ଅନୁସାରେ, ମାର୍ଚ୍ଚ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟା ଠାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ।
ଏହାପରେ ୧୦ ତାରିଖରେ ପ୍ରକାଶ ପାଇବ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ।ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ସମୟ ୧୪ ତାରିଖ ୩ଟା ପର୍ଯ୍ୟନ୍ତ ରଖାଯାଇଛି । ୧୪ ତାରିଖରେ ପ୍ରକାଶ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା । ମାର୍ଚ୍ଚ ୨୪ ତାରିଖ ସକାଳ ୮ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ଭୋଟ ଗଣତି ୨୬ ତାରିଖ ସକାଳ ୮ଟାରୁ ଆରମ୍ଭ ହେବ।
ସେହିପରି ୨୯ ତାରିଖରେ ନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ନାମ ଘୋଷଣା ହେବ । ୩୧ ତାରିଖରେ ଡେପୁଟି ମେୟର ନିର୍ବାଚନ ପାଇଁ ମେୟରଙ୍କ ଦ୍ୱାରା ଆହୁତ ହେବ ବୈଠକ।
ଏପ୍ରିଲ ୮ତାରିଖରେ ଡେପୁଟି ମେୟର ନିର୍ବାଚନ। ତେବେ ମହାନଗର ନିର୍ବାଚନ ପାଇଁ ୨୫ ତାରିଖ ଠାରୁ ଆଚରଣ ବିଧି ଲାଗୁ ହୋଇସାରିଥିବା ବେଳେ ଏହା ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଆଚରଣ ବିଧିକୁ କଡାକଡି ଲାଗୁ କରିବା ସହିତ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031