Indus Valley Times

ପ୍ରକାଶ ପାଇଲା ଓଜେଏସ- ୨୦୨୨ର ପରୀକ୍ଷାଫଳ, ସୁଶ୍ରିତା ମିଶ୍ର ଟପ୍ପର

 Breaking News

ପ୍ରକାଶ ପାଇଲା ଓଜେଏସ- ୨୦୨୨ର ପରୀକ୍ଷାଫଳ, ସୁଶ୍ରିତା ମିଶ୍ର ଟପ୍ପର

December 27
20:18 2023

ଭୁବନେଶ୍ବର,୨୭/୧୨: ଓଡ଼ିଶା ଲୋକସେବା ଆୟାଗ ଦ୍ବାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍) ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଭଲ ପଦର୍ଶନ କରିଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ୮ ଜଣ ଝିଅ ଅଛନ୍ତି। ସୁଶ୍ରୀତା ମିଶ୍ର ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ନିଲିଶା ପଟ୍ଟନାୟକଙ୍କୁ ସ୍ଥାନ ମିଳିଛି।
ସେହିପରି ଓଜେଏସ୍ ପରୀକ୍ଷାରେ ତୃତୀୟ ସ୍ଥାନରେ ଅନନ୍ୟା ମିଶ୍ର ଓ ଚତୁର୍ଥରେ ରାଣୀ ରଞ୍ଜିତା ପଟ୍ଟନାୟକ ଥିବା ବେଳେ ପଞ୍ଚମରେ ଲୋପାମୁଦ୍ରା ଆଚାର୍ଯ୍ୟ, ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ସପ୍ତମରେ ପ୍ରଜ୍ଞା ସୁମନ ମହାପାତ୍ର ଓ ଅଷ୍ଟମରେ ଏସ ଆର ତୋଷାଳି ରହିଛନ୍ତି। ତାଲିକାର ନବମରେ ସତ୍ୟଜିତ ପାଣି ଏବଂ ଦଶମରେ ଲଳିତେନ୍ଦୁ ଦେବତା ଅଛନ୍ତି। କୃତକାର୍ଯ୍ୟ ମୋଟ୍ ୫୫ ଜଣଙ୍କ ମଧ୍ୟରେ ରହିଛନ୍ତି ୩୯ ଜଣ ଝିଅ ଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031