Indus Valley Times

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପାସ୍ ହାର ୯୦.୫୫ ପ୍ରତିଶତ

 Breaking News

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପାସ୍ ହାର ୯୦.୫୫ ପ୍ରତିଶତ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପାସ୍ ହାର ୯୦.୫୫ ପ୍ରତିଶତ
July 06
15:03 2022

କଟକ,୬/୭: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଫଳାଫଳ ଘୋଷଣା କରିଛନ୍ତି ।
ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍ କରିଥିବା ବେଳେ ୮୬୯୯ ଜଣ ଫେଲ୍ ହୋଇଛନ୍ତି।
ଚଳିତ ବର୍ଷ ୨, ୫୬, ୮୭୭ ଜଣ ଛାତ୍ର ପାସ୍ କରିଥିବା ବେଳେ ୨, ୬୦, ୯୭୦ ଜଣ ଛାତ୍ରୀ କୃତକାର୍ଯ୍ୟା ହୋଇଛନ୍ତି। A1 ଗ୍ରେଡରେ ୮୧୧୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିଭଳି A2ରେ ୫୪, ୮୮୯ ଜଣ, B1ରେ ୧, ୨୦, ୨୦୩ , B2ରେ ୧, ୪୨, ୨୬୬, c ରେ ୧, ୧୬, ୧୧୧, Dରେ ୫୯, ୨୪୫, Eରେ ୧୪, ୬୪୭ ଓF ଗ୍ରେଡରେ ୭୭୯୦ ପିଲା ପାସ୍ କରିଛନ୍ତି।
ରାଜ୍ୟର ୧୧୭୦ ସ୍କୁଲର ସମସ୍ତ ପିଲା ପରୀକ୍ଷାରେ ପାସ୍ କରିଥିବା ବେଳେ ୩ଟି ସ୍କୁଲରେ କୌଣସି ପିଲା ପାସ୍ କରି ନାହାନ୍ତି। ଅର୍ଥାତ୍ ୩ଟି ସ୍କୁଲ୍ରେ ଶୂନ ରେଜଲ୍ଟ ହୋଇଛି।
ସେଥି ମଧ୍ୟରେ ମାଲକାନଗିରିର ୨ଟି ଓ ଅନୁଗୋଳର ଗୋଟିଏ ସ୍କୁଲ ଥିବା ମନ୍ତ୍ରୀ କହିଛନ୍ତି। ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଜଣ ପିଲା ପଢୁଥିବା ବେଳେ ଅନୁଗୋଳର ଉକ୍ତ ସ୍କୁଲରେ ମଧ୍ୟ ୨ଜଣ ପିଲା ପଢୁଥିଲେ ବୋଲି ଗଣଶିକ୍ଷର ମନ୍ତ୍ରୀ କହିଛନ୍ତି।
ଚଳିତ ବର୍ଷ ଏପ୍ରିଲ୍ ୨୮ରୁ ମେ ୭ ଯାଏଁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମେ’ ୨୧ରୁ ୫୮ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା ।
ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତିରେ ଖାତା ଦେଖା ହୋଇଛି। ଇଣ୍ଟରନାଲ୍ ଆସେସମେଣ୍ଟ, ସମେଟିଭ ଆସେସମେଣ୍ଟ ଓ୍ୱାନ୍ ଓ ସମେଟିଭି ଆସେସ୍ମେଣ୍ଟ ଟୁ’ର ୱେଟେଜ୍ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30