Legatus

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

 Breaking News

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ
May 26
11:06 2024

କଟକ, ୨୬/୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍) ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ରହିଛି ୯୬.୦୭ ପ୍ରତିଶତ। ଏଥର ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ କରିଛନ୍ତି। ଏଥିର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୩୯ ପ୍ରତିଶତ। ଏଣେ ଛାତ୍ରୀମାନଙ୍କ ପାସ୍ ହାର ହେଲା ୯୬.୭୩ ପ୍ରତିଶତ। ରବିବାର ସକାଳ ସାଢେ ୧୦ଟାରେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି।
ମାଟ୍ରିକ୍ ସହ ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ପ୍ରଥମ)ର ଫଳାଫଳ ପ୍ରକାଶ କରାଯାଇଛି। ମାଟ୍ରିକ, ମାଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷାଫଳ ରବିବାର ସକାଳ ୧୧ଟା ୩୦ରେ ବୋର୍ଡ ୱେବ୍ସାଇଟ୍ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭରେ ଉପଲବ୍ଧ ହୋଇଛି। ଯେଉଁ ସ୍ଥାନରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେସବୁ ସ୍ଥାନରେ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ମାଧ୍ୟମରେ ଙଜ୧୦ଣ୍ଟଜକ୍ଟକ୍ଷକ୍ଷ ଘକ୍ଟ> ଟାଇପ୍ କରି ମୋବାଇଲ୍ ନଂ ୫୬୭୬୭୫୦ କୁ ଏସ୍ଏମ୍ଏସ୍ କରି ପରୀକ୍ଷାଫଳ ପାଇପାରିବେ। ଦିନ ୧୨ଟା ୩୦ ପରେ ଛାତ୍ରଛାତ୍ରୀଙ୍କ ଟାବୁଲେସନ୍ ରେଜିଷ୍ଟର୍(ନମ୍ବର) ସ୍କୁଲରୁ ମିଳିବ।
ବିଦ୍ୟାଳୟର ମୁଖ୍ୟ/ପ୍ରଧାନଶିକ୍ଷକମାନେ ୟୁଜର ଆଇଡି ଓ ପାସ୍ୱାର୍ଡ ବ୍ୟବହାର କରି ଟାବୁଲେସନ୍ ରେଜିଷ୍ଟର୍କୁ ଡାଉନ୍ଲୋଡ୍ କରିପାରିବେ। ଚଳିତ ବର୍ଷ ପ୍ରଥମ କରି ବୋର୍ଡ ପକ୍ଷରୁ ଫଳ ପ୍ରକାଶ ଦିନ ଛାତ୍ରଛାତ୍ରୀଙ୍କୁ ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ପ୍ରଦାନ ବ୍ୟବସ୍ଥା ହୋଇଛି। ରବିବାର ଅପରାହ୍ଣ ୪ଟାରୁ ଅନ୍ଲାଇନ୍ରେ ମାଟ୍ରିକ୍, ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷାର ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ଉପଲବ୍ଧ ହେବ।
ଏହି ଡିଜିଟାଇଜ୍ ସାର୍ଟିଫିକେଟ୍ ଛାତ୍ରଛାତ୍ରୀମାନେ ମୋବାଇଲ୍ ମାଧ୍ୟମରେ ମଧ୍ୟ ପାଇପାରିବେ। ପରୀକ୍ଷାଫଳ ପ୍ରକାଶ ପରେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ। ମାଟ୍ରିକ ପାଇଁ ଅନ୍ଲାଇନ୍ରେ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପାଇଁ ଅଫ୍ଲାଇନ୍ରେ ରିଚେକିଂ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930