Indus Valley Times

ପ୍ରତିଶୃତି ପରେ ହଟିଲା ରାସ୍ତା ରୋକ,୨୦ ଦିନ ମଧ୍ୟରେ ରାସ୍ତାକାମ ସାରିବ

 Breaking News

ପ୍ରତିଶୃତି ପରେ ହଟିଲା ରାସ୍ତା ରୋକ,୨୦ ଦିନ ମଧ୍ୟରେ ରାସ୍ତାକାମ ସାରିବ

May 17
10:07 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭ା୫: ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ପୁରୁଣାକଟକ ସାହି ରାସ୍ତା ଅତିଶୋଚନୀୟ ହୋଇପଡିଥିବା ବେଳେ ରାସ୍ତା ନିର୍ମାଣ ସହ ଡ୍ରେନ ନିର୍ମାଣ ଦାବୀରେ ସୋମବାର ଦିନ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ପୁରୁଣାକଟକ ଧଳପୁର ରାସ୍ତା ଅବରୋଧ କରାଯଇଥିଲା । ସକାଳ ୭ଟାରୁ ପରିଷଦର ସମ୍ପାଦକ ବିକାଶ ମହାକୁଡ ଓ ଉପ ସଭାପତି ଲବ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆନ୍ଦୋଳନ କାରୀ ମାନେ ଧଳପୁର ରାସ୍ତାରେ ବସି ରହିଥିଲେ ।
ବହୁବାର ପ୍ରଶାସନକୁ ଜଣାଇଥିଲେ ସୁଧା କାର୍ଯ୍ରାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏହି ରାସ୍ତା ରୋକ କରାଯାଇଥିଲା । ରାସ୍ତା ରୋକ ସମୟରେ ଆନ୍ଦୋଳନ କାରି ମାନେ କେବଳ ସରକାରୀ କର୍ମଚାରୀଙ୍କ ଗାଡି ଓ ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡି ଗୁଡିକୁ ଅଟକ ରଖିଥିଲେ । ଦୀର୍ଘ ସମୟରେ ପରେ ଆନ୍ଦୋଳନ ସ୍ଥଳରେ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର , ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନିରଞନ ଧଳ ଓ ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋସ୍ନା କାଉଁରୀ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିବା ପରେ ୨୦ ଦିନ ମଧ୍ୟରେ ରାସ୍ତା କାମ ଓ ଡ୍ରେନ ନିର୍ମାଣ କାର୍ଯ୍ୟ ସାରିବା ନେଇ ପ୍ରତିଶୃତି ଦିଆଯିବା ପରେ ରାସ୍ତା ରୋକ ହଟିଥିଲା ।
ରାସ୍ତାରୋକରେ ପୁରୁଣାକଟକ ସରପଞ୍ଚ ଅଶୋକ ସେଠୀ, ସମିତିସଭ୍ୟ ସରୋଜ ପ୍ରଧାନ, ପୁର୍ବତନ ଜିଲାପରିଷଦ ସଭ୍ୟ ଅକ୍ରୁର ସେଠୀ, ପୁରୁଣାକଟକ ବ୍ୟବସାୟୀ ସଂଘ ସଭାପତି ଅଜିତ ଦେହୁରୀ, ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ, କୈଳାଶ ଅଗ୍ରୱାଲା, ଅମୁଲ୍ୟ ମିଶ୍ର, ସୁକାନ୍ତ ପଟନାୟକ, ରାମଚନ୍ଦ୍ର ବେହେରା, ବବଲୁ ସାହୁ, ଜ୍ୟୋତି ପ୍ରକାଶ ସାହୁ, ପଞ୍ଚାନନ ହୋତା, ଆଲୋକ ପ୍ରଧାନ, ଗରୁଡ ପ୍ରଧାନ, ଓ ସାହି ବାସୀ ସାମିଲ ଥିଲେ । ଯଦି ପ୍ରଶାସନ ପ୍ରତିଶୃତି ଅନୁଯାୟୀ କାମ ନକରେ ତେବେ ଆଗାମୀ ଦିନରେ ସରକାରୀ ଅନୁଷ୍ଠାନରେ ତାଲା ପକାଇବା ସହ ଆନ୍ଦୋଳନ ଜୋର ଦାର କରାଯିବ ବୋଲି ଆଞ୍ଚଳିକ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।
ପତ୍ନୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ
ବୌଦ୍ଧ,୧୭/୫: କଟାଂମାଳ ଅତିରିକ୍ତ ଜିଲ୍ଲା ଦୌରାଜଜ ଶିବ ପ୍ରସାଦ ମହାପାତ୍ର ସୋମବାର ଏକ ପତ୍ନୀ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ସ୍ୱାମୀ ହେଲେ ବଳରାମ ମେହେର । ମାମଲାରୁ ପ୍ରକାଶ ଯେ, ମନମୁଣ୍ଡା ଥାନା ଅନ୍ତର୍ଗତ ରକ୍ସା ଗ୍ରାମର ଦ୍ୱାରୁ ମେହେରଙ୍କ ଝିଅ କବିତା ମେହେର ବରଗଡ ସ୍ଥିତ ନେହୁରନଗରର ବଳରାମ ମେହେରଙ୍କୁ ୨୦୧୯ ମସିହାରେ ବିବାହ କରିଥିଲେ ।
ବିବାହ ପରେ କବିତାକୁ ଶାଶୁ ଘରେ ଯୌତୁକ ନିର୍ଯ୍ୟାତନା ଦେବା ପରେ ନିଜ ଗ୍ରାମ ରକ୍ସାକୁ ଆସି ରହୁଥିଲେ । କବିତା ସହିତ ସ୍ୱାମୀ ବଳରାମ ମେହେର ମଧ୍ୟ ଆସି ରକ୍ସା ଗ୍ରାମରେ ରହୁଥିଲେ । ସେଠାରେ ମଧ୍ୟ ବଳରାମ ପତ୍ନୀ କବିତାକୁ ପିଟାମରା କରୁଥିଲେ । କବିତା ୯ ମାସର ଗର୍ଭବତୀ ଥିବା ବେଳେ ଗତ ୨୪.୫.୨୦୨୦ ମସିହାରେ ସ୍ୱାମୀ ବଳରାମ ଶୋଇବା ଘରେ ଶ୍ୱାସରୁଦ୍ଧ କରି ମାରିଦେଇଥିଲା ।
ଏନେଇ କବିତାର ବାପା ଦ୍ୱାରୁ ମେହେର ଝିଅକୁ ହତ୍ୟା କରିଥିବା ନେଇ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲୋ । ମନମୁଣ୍ଡା ପୋଲିସ ଅଭିଯୋଗ ପରେ ଥାନା କେସ ନଂ ୮୦/୨୦ରେ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରିବର୍ତ୍ତୀ ସମୟରେ ମାମଲାଟି କଟାଂମାଳ ଅତିରିକ୍ତ ଜିଲ୍ଲାଦୌରଜଜଙ୍କ ଅଦାଲତରେ (ଏସଟି ୩୯/୨୦ ) ହୋଇ ବିଚାର ହୋଇଥିଲା ।
ଅତିରିକ୍ତ ଜିଲ୍ଲା ଦୌରାଜଜ ଶିବ ପ୍ରସାଦ ମିଶ୍ର ୧୦ ଜଣସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ସ୍ୱାମୀ ବଳରାମ ମେହେରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସରକାରୀ ଓକିଲ ଦୁତିଆ ଚରଣ ସାହୁ ପରିଚାଳନା କରୁଥିଲେ ।
ପୋଲ ତଳକୁ ଖସିଲା ଯାତ୍ରୀ ବାହୀ ବସ , ଅଳ୍ପକେ ବତ୍ତିଲେ ଯାତ୍ରୀ
ବୌଦ୍ଧ,୧୭ା୫: ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଖୋର୍ଦ୍ଧା-ବଲାଙ୍ଗିର ୫୭ ଜାତୀୟ ରାଜପଥର ମାଧପୁର ଠାରେ ଏକ ଯାତ୍ରୀ ବାହୀ ବସ ପୋଲ ତଳକୁ ଖସି ପଡିଥିଲେ ମଧ୍ୟ ଯାତ୍ରୀ ମାନେ ଅଳ୍ପକେ ବର୍ତି ଯାଇଛନ୍ତି ।
ମିଳିଥିବା ସୁଚନା ମୁତାବକ ଯାତ୍ରୀ ବାହୀ ବସ ଶାରଳା ବସ ଭୁବେନେଶ୍ୱରରୁ ଫୁଲବାଣୀ ଆସୁଥିବା ବେଳେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ମାଧପୁର ନିକଟସ୍ଥ ଏକ ପୋଲ ପାଶ୍ୱର୍କୁ ୧୦ ଫୁଟ ତଳକୁ ଖସି ପଡିଥିଲା । ଗାଡିଟି ପୋଲ ପାଶ୍ୱର୍ର ଥିବା ପିଲର ଗୁଡିକରେ ଅଟକି ରହିବା ଫଳରେ ଏକ ବଡ ଦୁର୍ଘଟଣାରୁ ଯାତ୍ରୀ ମାନେ ରକ୍ଷା ପାଇଯାଇଥିଲେ । ଗାଡିରେ ୩୫ରୁ ଅଧିକ ଯାତ୍ରୀ ଥିବା ଜଣାପଡିଥିଲା ।
ଖବର ପାଇ ଆଡେଣୀଗଡ ଫାଣ୍ଡି ଅଧିକାରୀ କିଶୋର ବେହେରା ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି । ଫାଣ୍ଡି ଅଧିକାରୀଙ୍କୁ ପଚାରିବାରୁ ଗାଡିର ଆଗ ଭାଙ୍ଗି ଥିବା ବେଳେ ଯାତ୍ରୀ ପୁରାପୁରୀ ସୁରକ୍ଷିତ ଥିବା ପ୍ରକାଶ କରିଛନ୍ତି ।
ବୌଦ୍ଧ ଜିଲ୍ଲାରେ ମହାସମାରୋହରେ ପାଳିତ ହେଲା ବୁଦ୍ଧ ଜୟନ୍ତୀ
ବୌଦ୍ଧ.୧୭/୪: ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲାରେ ସୋମାବାର ଦିନ ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି । ଏଥି ପାଇଁ ସାରା ଜିଲ୍ଲା ଚଳଚଞ୍ଚଳ ହୋଇପଡିଛି । ଏହି ଅବସରରେ ସହରର ରାଜବାଟି ସ୍ଥିତ ବୁଦ୍ଧ ମନ୍ଦିର ଠାରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ପୁଜାର୍ଚ୍ଚନା କରାଯାଇଥିଲା ।
ଏହା ପରେ ବିିଧାୟକ ଶ୍ରୀ ଅମାତ ଓ ଜିଲ୍ଲାପାଳ ଶ୍ରୀ ମିଶ୍ର ବଲାସିଙ୍ଗା ସ୍ଥିତ ମହୁଲମୁଳ ଠାରେ ଭୀମଭୋଇ ଜୟନ୍ତୀ ପାଳନ କରାଯାଇଥିଲା । ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଭଗବାନ ବୁଦ୍ଧଙ୍କ ପ୍ରତିମୁର୍ତ୍ତି ସ୍ଥାପନ କରାଯାଇଥିଲା । ଜିଲ୍ଲାର ମାଧପୁର ଠାରେ ୧୫ ଫୁଟ ଉଚ୍ଚର ଏକ ବୁଦ୍ଧ ମୂର୍ତ୍ତିକୁ ବିଧାୟକ ପ୍ରଦୀପ କୁମାର ଅମାତ ଅନାବରଣ କରିଥିଲେ । ଜିଲ୍ଲାର ହରଭଙ୍ଗା ବ୍ଲକର ରାମଗଡ ଠାରେ ଥିବା ପ୍ରଗଳପୁର ଓ ସାମ୍ପୋଚ ପଂଚାୟତର ଶ୍ୟାମସୁନ୍ଦର ପୁର ଠାରେ ଥିବା ବୁଦ୍ଧ ମନ୍ଦିରରେ ବୁଦ୍ଧଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ସହରର ମୁଖ୍ୟ ଛକ ରାଜଙ୍କ ଅମଳର ଛକ ବାଘଗୁଡା ଛକ ଠାରେ ମଧ୍ୟ ବୁଦ୍ଧଙ୍କ ପ୍ରତିମୁର୍ତ୍ତି ବିଧାୟକ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ଅନାବରଣ କରାଯାଇଛି ।
ଏହା ପରେ ଗାନ୍ଧୀଜୀଙ୍କ ଓଡିଶା ଆଗମନର ସ୍ମୁତି ଉଦ୍ଦେଶ୍ୟରେ ହାତୀଶାଳ ଛକ ଠାରେ କିଛି ପ୍ରତି ମୁର୍ତ୍ତି ସ୍ଥାପନ କରାଯାଇଛି । ଏହା ପରେ ବୁଦ୍ଧ କମିଟି ପକ୍ଷରୁ ଆୟୋଜିତ ଏକ ରାଜବାଟି ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ସଭାରେ ଅତିଥି ଭାବେ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲଟେନ୍ଦୁ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ପିଡି ଡିଆରଡିଏ ଅଶ୍ୱିନୀ ମେହେର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ ପ୍ରମୁଖ ଯୋଗ ଦେଇ ଭଗବାନ ବୁଦ୍ଧଙ୍କ ଉପରେ ଆଲୋକପାତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031