Indus Valley Times

ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ’ ବସ୍

 Breaking News

ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ’ ବସ୍

ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ’ ବସ୍
May 24
17:57 2023

ଭୁବନେଶ୍ବର,୨୪/୫: ରାଜଧାନୀ ଭୁବନେଶ୍ବର, କଟକ, ପୁରୀ, ରାଉରକେଲା ଭଳି ଆଗାମୀ ଦିନରେ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥବା ଲୋକଙ୍କୁ ମୋ ବସ୍ ସୁବିଧା ମିଳିପାରିବ। ଲୋକେ ନିଜ ଗ୍ରାମପଞ୍ଚାୟତ ଠାରୁ ବ୍ଲକକୁ ଯାଉଥିଲେ କମ୍ ଟଙ୍କା ଦେଇ ମୋ ବସ୍ରେ ଯିବା ଆସିବା କରିପାରିବେ। ରାଜ୍ୟ ସରକାର ଏନେଇ ଯୋଜନା ଆରମ୍ଭ କରିଦେଇଛନ୍ତି। ଗ୍ରାମାଞ୍ଚଳରେ ମୋ ବସ୍ ସେବା ନେଇ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି।
ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ଲୋକଙ୍କୁ ସର୍ବସାଧାରଣ ପରିବହନ ସେବା ଯୋଗାଇ ଦେବା ପାଇଁ ଲକ୍ଷ୍ମୀ ଯୋଜନା ଆରମ୍ଭ କରାଯାଉଛି। ଏହି ଯୋଜନା ମାଧ୍ୟମରେ ବ୍ଲକରୁ ପ୍ରତି ପଞ୍ଚାୟତକୁ ମୋ ବସ୍ ସେବା ମିଳିବ। ପ୍ରଥମ ପର‌୍ୟାୟରେ ପାଇଲେଟ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି। ଏଥିରେ କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ସାମିଲ କରାଯାଇଛି। ପରବର୍ତ୍ତୀ ଅବସ୍ଥାରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ ବସ୍ ଚାଲିବ।
ସୂଚନାଯୋଗ୍ୟ, ରାଜ୍ୟର ୩୦ଟି ଜିଲ୍ଲା ଅଧିନରେ ୩୧୪ଟି ବ୍ଲକ ରହିଛି। ଏହି ବ୍ଲକଗୁଡ଼ିକର ଅଧିନରେ ୬୭୯୮ଟି ପଞ୍ଚାୟତ ଅଛି। ବ୍ଲକ ମୁଖ୍ୟାଳୟ ଠାରୁ ପଞ୍ଚାୟତଗୁଡ଼ିକୁ ସଂଯୋଗ କରିବା ପାଇଁ ଅତି କମରେ କେତେ ବସ୍ ଚାଲିବ ଏବଂ କିମି ପିଛା ଯାତ୍ରୀ ଭଡ଼ା କେତେ ରହିବ ସେ ନେଇ ଯଦିଓ ଘୋଷଣା କରାଯାଇ ନାହିଁ। ତଥାପି ଏହି ସେବା ଆରମ୍ଭ ହେବା ଦ୍ବାରା ଲୋକଙ୍କୁ କମ୍ ଯାତ୍ରୀ ଭଡ଼ାରେ ଯିବାଆସିବା ସୁବିଧା ହୋଇପାରିବ ବୋଲି ଆଶା କରାଯାଉଛି। ଅନ୍ୟପଟରେ ଡ୍ରାଇଭର ଓ କଣ୍ଡକ୍ଟର ପଦବିରେ ଲୋକଙ୍କୁ କର୍ମନିଯୁକ୍ତି ମିଳିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031