Indus Valley Times

ପ୍ରଥମାଷ୍ଟମୀରେ ପଡ଼ୋଶୀଙ୍କ ଘରକୁ ପିଠା ଖାଇବାକୁ ଯାଇ ଶିଶୁକନ୍ୟା ନିଖୋଜ

 Breaking News

ପ୍ରଥମାଷ୍ଟମୀରେ ପଡ଼ୋଶୀଙ୍କ ଘରକୁ ପିଠା ଖାଇବାକୁ ଯାଇ ଶିଶୁକନ୍ୟା ନିଖୋଜ

ପ୍ରଥମାଷ୍ଟମୀରେ ପଡ଼ୋଶୀଙ୍କ ଘରକୁ ପିଠା ଖାଇବାକୁ ଯାଇ ଶିଶୁକନ୍ୟା ନିଖୋଜ
November 27
19:08 2021

ବାଲେଶ୍ୱର, ୨୭/୧୧: ପ୍ରଥମାଷ୍ଟମୀରେ ପଡ଼ୋଶୀଙ୍କ ଘରକୁ ପିଠା ଖାଇବାକୁ ଯାଇ ଶିଶୁକନ୍ୟା ନିଖୋଜ। ଶନିବାର ସକାଳେ ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଗାଁରେ ପହଞ୍ଚି କୁନି ଝିଅକୁ ଚାରିଆଡ଼େ ଖୋଜାଖୋଜି ଆରମ୍ଭ କରିଛି।
ଆଜି ଥିଲା ପ୍ରଥମାଷ୍ଟମୀ। ସେଥିପାଇଁ ବସ୍ତା ଥାନା ନିମା ଗାଁର ଉମାକାନ୍ତ ପ୍ରଧାନଙ୍କ ଅଢ଼େଇ ବର୍ଷର ଝିଅ ପଡ଼ୋଶୀଙ୍କ ଘରକୁ ପିଠା ଖାଇବାକୁ ଯାଇଥିଲା। ମାତ୍ର ଦୀର୍ଘ ସମୟ ଧରି ଘରକୁ ଫେରିନଥିଲା। ଝିଅ ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକ ପଡ଼ୋଶୀଙ୍କ ଘରକୁ ଯାଇଥିଲେ।
ଝିଅ କୁଆଡ଼େ ଗଲା ବୋଲି ପଚାରିଥିଲେ। ମାତ୍ର ପଡ଼ୋଶୀ କହିଥିଲେ, ଝିଅ ପିଠା ଖାଇସାଇ ତମ ଘରକୁ ଚାଲି ଯାଇଛି। ଏକଥା ଶୁଣିବା ପରେ ଉମାକାନ୍ତଙ୍କ ପରିବାର ଲୋକେ ଚମକି ପଡ଼ିଥିଲେ। ପରେ ଚାରିଆଡ଼େ ଖୋଜିଥିଲେ। ମାତ୍ର ପାଇନଥିଲେ।
ଝିଅକୁ ନପାଇଁ ବାପା ଉମାକାନ୍ତ ଓ ମାଆ ସସ୍ମିତା ପ୍ରଧାନ ଏନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଗାଁରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଝିଅକୁ ପାଇନାହିଁ ପୁଲିସ୍।
ସ୍ଥାନୀୟ ଲୋକଙ୍କ କହିବା କଥା, ଦୁଇ ଜଣ ଫେରିବାଲା ଗାଁକୁ ଆସିଥିଲେ। ସେମାନେ ସାହି ସାହି ବୁଲି ବିକ୍ରି କରୁଥିଲେ। ପିଲା ନିଖୋଜ ପରଠାରୁ ଗାଁକୁ ଆସିଥିବା ଦୁଇ ଫେରିବାଲାଙ୍କ ପତ୍ତା ନାହିଁ। ତେଣୁ ସେମାନେ କୁନି ଝିଅକୁ ଅପହରଣ କରିଥିବା ଅଭିଯୋଗ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031