Indus Valley Times

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କପ୍ରସ୍ତୁତି ବୈଠକ

 Breaking News

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କପ୍ରସ୍ତୁତି ବୈଠକ

February 12
15:23 2022

ଭୁବନେଶ୍ୱର ୧୨।୨: ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ। ଚୁଡାନ୍ତ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି କମିଶନ। ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ସମୀକ୍ଷା ହୋଇଛି।
ନିର୍ବାଚନ କମିଶନଙ୍କ କହିଛନ୍ତି ଯେ, ପ୍ରଚାର ସରିବା ପରେ ରାଜନୈତିକ ଦଳର ଲୋକ କିମ୍ବା ଅନ୍ୟ ଅଞ୍ଚଳର ଲୋକ ସ୍ଥାନୀୟ ଅଞ୍ଚଳରେ ରହି ପାରିବେନି। ୧୪ ତାରିଖ ୭ଟା ପରେ କେହିବି ରହିପାରିବେନି।
ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ଲାଉଡ଼ ସ୍ପିକର ବନ୍ଦ କରାଯିବ। ସେହି ଅଞ୍ଚଳକୁ ଖାଲି କରାଯିବ। ପ୍ରଥମ ପର୍ଯ୍ୟାୟ ୧୬ ତାରିଖରେ ୩୦ ଜିଲ୍ଲା ୭୧ ବ୍ଲକ ୨୦୦ ଜିଲ୍ଲା ପରିଷଦ, ୧୬୬୯ ପଞ୍ଚାୟତ, ୨୨ ହଜାର ୩୭୯. ୱାର୍ଡ ମେମ୍ବର୍ ପାଇଁ ହେବ ନିର୍ବାଚନ । ୬୭.୫୧ ଲକ୍ଷ ଭୋଟର ମତଦାନ କରିବେ ।
ସେହିପରି ପୋଲିଂ ଅଧିକାରୀମାନେ ୧୪ ଓ ୧୫ ତାରିଖ ଯିବେ। କେତେ ସମ୍ବେଦନଶୀଳ ବୁଥ ରହିଛି, ତାହାର ଚିହ୍ନଟ ଚାଲିଛି । ସେହି ସବୁ ବୁଥରେ ଅଧିକ ପୋଲିସ ରହିବେ ଏବଂ ଭିଡିଓ ଗ୍ରାଫି କରାଯିବ। ଷ୍ଟ୍ରଙ୍ଗ ରୁମରେ ସିସିଟିଭି ରଖାଯିବ। ଯେଉଁ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି । ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031