Indus Valley Times

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମ।ଣ ସୁନ୍ଦର୍ ଘର ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପୁରସ୍କାର ପାଇବା ଚୟନ ହୋଇ ଡାକରା ପାଇଲେ ପି: ସଞ୍ଜିବ

 Breaking News

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମ।ଣ ସୁନ୍ଦର୍ ଘର ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପୁରସ୍କାର ପାଇବା ଚୟନ ହୋଇ ଡାକରା ପାଇଲେ ପି: ସଞ୍ଜିବ

October 19
11:14 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୮/୧୦ :ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁନ୍ଦର ଓ ଉତ୍କୃଷ୍ଟ ଘର ନିର୍ମାଣ କରି ପ୍ରଧାନମନ୍ତ୍ରୀଙ୍କ ଠାରେ ସମ୍ମାନୀତ ହେବାପାଇଁ ଓଡିଶାରେ ତିନି ଜଣଙ୍କୁ ଚୟନ କରାଯାଇଛି । ସେହି ତିନି ଜଣଙ୍କ ମଧ୍ୟରୁ ଜଣେ ଗଜପତି ଜିଲ୍ଲା କାଶୀନଗର ଗ୍ରାମର ପୋଲାକି ସଞ୍ଜିବ ଅନ୍ୟତମ ।
ମାତ୍ର ପ୍ରାୟ ନଅ ଫୁଟ ଓସାରିଆ କୁ ପ୍ରାୟ ୫୦ଫୁଟ ଲମ୍ବ ରେ ଘର ଉପରେ ମାତ୍ର ଛାତ ଟିଏ ପଡ଼ିଛି । ଘରକୁ ସାମନା ପଟରୁ ଦେଖିଲେ ଜଣେ ନିଶ୍ଚିତ ଭାବେ କହିବ ଯେ ଏହା ଦୁଇ ମହଲା ବିଶିଷ୍ଟ ଘର ଏବଂ ଏହା ଜଣେ ଧନୀ ଲୋକର ଘର ବୋଲି ।
କାଶୀନଗର ଗ୍ରାମର ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ସମ୍ମାନୀତ ହେବା ପାଇଁ ଡାକରା ଆସିବା ନେଇ ସଞ୍ଜୀବ ଅତ୍ୟନ୍ତ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
ସାରା ରାଜ୍ୟରୁ ଏଥିପାଇଁ ୩ ଜଣ ଚୟନ ହୋଇଥିବା ବେଳେ ସେଥି ମଧ୍ୟରୁ କାଶୀନଗର ୫ ନଂ ୱାର୍ଡ ବାସିନ୍ଦା ପୋଲାକି ସଞ୍ଜୀବ ଅନ୍ୟତମ। ।
ପୋଲାକୀ ସଞ୍ଜିବ ଜଣେ ଗରିବ ଚାଷୀ ଓ ରୋଷେୟା ଭାବେ କାର୍ଯ୍ୟ କରି ପରିବାର ଚଳାଇ ଆସୁଛନ୍ତି । ଏଥିସହିତ ରହିବା ପାଇଁ ଭଲ ଘରଟିଏ ନ ଥିବା ଯୋଗୁଁ ଚିନ୍ତାରେ ପଡି ଯାଇଥିଲେ । ତାଙ୍କ ସ୍ଵପ୍ନ ଥିଲା ଯେ କେମିତି ଭଲ ଘର ବନେଇ ପରିବାର ସହ ଖୁସିରେ ରହିବେ ।
ଏଥିପାଇଁ ତାଙ୍କୁ ବହୁବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ସେ ଜଣେ ଗରୀବ ଶ୍ରେଣୀର ଲୋକ ହୋଇଥିବା ଯୋଗୁଁ ଘର ତିଆରି କରିବା ତାଙ୍କ ପକ୍ଷେ ବହୁ କଷ୍ଟକର ହୋଇ ପଡିଥିଲା । ଠିକ୍ ସେହି ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କ ଘର ପାଇଁ ଏକ ସୁଯୋଗ ଆଣି ଦେଇଥିଲା ।
୨୦୧୮ ମସିହାରେ ପିଏମ୍ ଆବାସ ଯୋଜନା\’ରେ ଘର ନିର୍ମାଣ ପାଇଁ ତାଙ୍କୁ ଚୟନ କରାଯିବା ସହ କାର୍ଯ୍ୟାଦେଶ ମଧ ମିଳିଥିଲା । ଏହି ଯୋଜନାର ଦୁଇ ଲକ୍ଷ ଅର୍ଥ ରାଶି ସହାୟତା ସହ କିଛି ଜମା ରଖିଥିବା ଟଙ୍କାରେ ସେ ବର୍ତ୍ତମାନ ଏକ ସୁନ୍ଦର ଓ ଉତ୍କୃଷ୍ଟ ଘର ନିର୍ମାଣ କରି ଅନ୍ୟ ହିତାଧିକାରୀ ପାଇଁ ସେ ବର୍ତ୍ତମାନ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି ।
ଏଥିପାଇଁ ପୋଲାକି ସଂଜିବଙ୍କ ଘର ପାଇଁ ତାଙ୍କ ନାମ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପୁରସ୍କାର ପାଇଁ ଚୟନ କରାଯାଇଛି । ଆସନ୍ତା ୨୧ ତାରିଖ ଦିନ ଗୁଜରାଟର ରାଜକୋଟ ଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ପୂର୍ଣ୍ଣ ଉତ୍ସବରେ ତାଙ୍କୁ ସମ୍ମାନୀତ କରାଯିବା ସହ ପୁରସ୍କୃତ କରାଯିବ । ଏଥିପାଇଁ ସେ ସରକାରଙ୍କୁ ବିଶେଷ ଧନ୍ୟବାଦ୍ ଜଣାଇଛନ୍ତି ।
କାଶୀନଗର ଏନ୍ଏସି ନିର୍ବାହୀ ଅଧିକାରୀ ଶ୍ରୀ ଜୁବିଲି ଚରଣ ବେହେରା ଏ ନେଇ ହିତାଧିକାରୀ ସଞ୍ଜୀବଙ୍କୁ ବହୁ ପ୍ରଶଂସା କରିବା ସହ ଅନ୍ୟ ହିତାଧିକାରୀ ମାନଙ୍କ ପାଇଁ ସେ ଜଣେ ଆଦର୍ଶ ପାଲଟିଥିବା କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031