Indus Valley Times

ପ୍ରଶାସନିକ ଅଧିକାରୀ ହୋଇ କେବଳ କଣ୍ଟାବାଞ୍ଜି ନୁହେଁ, ଭାରତରେ ବି ସୁନାମ ଅର୍ଜନ କରିବି: ଆଇଏଏସ୍ ନବଲ କିଶୋର ଜୈନ

 Breaking News

ପ୍ରଶାସନିକ ଅଧିକାରୀ ହୋଇ କେବଳ କଣ୍ଟାବାଞ୍ଜି ନୁହେଁ, ଭାରତରେ ବି ସୁନାମ ଅର୍ଜନ କରିବି: ଆଇଏଏସ୍ ନବଲ କିଶୋର ଜୈନ

August 04
18:39 2020

କଣ୍ଟାବାଞ୍ଜି,୮/୪: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଯୁବକ ନବଲ କିଶୋର ଜୈନ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ନବଲ କିଶୋର ସିଭିଲ ସର୍ଭିସ ପରୀକ୍ଷାରେ ୧୨୫ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଏନେଇ ଆଇଏଏସ୍ ନବଲ ଗଣମାଧ୍ୟମ ରେ ଖୁସି ବ୍ୟକ୍ତ କରିବା ସହିତ କହିଛନ୍ତି, ପ୍ରଶାସନିକ ଅଧିକାରୀ ହୋଇ କେବଳ କଣ୍ଟାବାଞ୍ଜି ନୁହେଁ, ବରଂ ଭାରତରେ ବି ସୁନାମ ଅର୍ଜନ କରିବି।
ଆହୁରି ମଧ୍ୟ କହିଛନ୍ତି, ପାଠ ପଢ଼ାରେ କଠିନ ପରିଶ୍ରମ ଓ ଇଚ୍ଛା ଶକ୍ତି ଥିଲେ ମୋ ଭଳି ଏ ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଆଇଏଏସ୍ ହୋଇ ପାରିବେ ଓ କଣ୍ଟାବାଞ୍ଜି ତଥା ଓଡିଶାର ନାଁ ଅର୍ଜନ କରି ପାରିବେ। ଛାତ୍ର ଜୀବନ ଶୃଙ୍ଖଳିତ ହେବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।
ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଖବର ପାଇବା ପରେ ତାଙ୍କ ପରିବାରରେ ଖୁସିର ଲହରି ଦେଖାଯାଇଛି।
ଗତ ବର୍ଷ ନବଲ ୨୦୧୮ ବ୍ୟାଚର ସିଭିଲ ସର୍ଭିସ ପରୀକ୍ଷାରେ ୩୫୦ ରାଙ୍କ ରହିଥିଲେ। ସେ ଭାରତୀୟ ରେଲୱେର ଟ୍ରାଫିକ ସର୍ଭିସରେ ଅଣ୍ଡର ଟ୍ରେନିଙ୍ଗରେ ଥିଲେ। ତେବେ ପ୍ରଥମ ଚେଷ୍ଟାରେ ହି ସେ ଆଇଏଏସ ପାଇଥିବାରୁ ତାଙ୍କ ପରିବାର, ବନ୍ଧୁବାନ୍ଧବ, ଜୈନ ସମାଜର ଲୋକ ବହୁତ ଖୁସି ଓ ଗର୍ବ ଅନୁଭବ କରିଛନ୍ତି।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031