Indus Valley Times

ପ୍ରାକ୍ଟିକାଲ୍ ରେକର୍ଡ ପାଇଁ ରାତିସାରା ଅନିଦ୍ରା, ସକାଳେ ଶୋଇଲେ…ଆଉ ଉଠିଲେନି; ଘରର ଏକମାତ୍ର ଝିଅକୁ ହରାଇ ଝୁରୁଛି ପରିବାର

 Breaking News

ପ୍ରାକ୍ଟିକାଲ୍ ରେକର୍ଡ ପାଇଁ ରାତିସାରା ଅନିଦ୍ରା, ସକାଳେ ଶୋଇଲେ…ଆଉ ଉଠିଲେନି; ଘରର ଏକମାତ୍ର ଝିଅକୁ ହରାଇ ଝୁରୁଛି ପରିବାର

ପ୍ରାକ୍ଟିକାଲ୍ ରେକର୍ଡ ପାଇଁ ରାତିସାରା ଅନିଦ୍ରା, ସକାଳେ ଶୋଇଲେ…ଆଉ ଉଠିଲେନି; ଘରର ଏକମାତ୍ର ଝିଅକୁ ହରାଇ ଝୁରୁଛି ପରିବାର
June 09
19:53 2026

ପୁରୀ, ୯/୬ : ବାପା-ମା’ଙ୍କର ଗୋଟିଏ ବୋଲି ଅଲିଅଳି ଝିଅ। ସ୍ୱପ୍ନ ଦେଖିଥିଲେ- ଝିଅ ଡାକ୍ତର ହେବ, ରୋଗୀଙ୍କ ସେବା କରିବ। ବୋଧହୁଏ ସାଥ୍ ଦେଲାନି ନିଷ୍ଠୁର ଭାଗ୍ୟ। ପାଠପଢ଼ା ପାଇଁ ରାତିସାରା ଅନିଦ୍ରା ହୋଇ ପ୍ରାକ୍ଟିକାଲ୍ ରେକର୍ଡ ଲେଖିଥିଲେ।
ସକାଳୁ ଖାଇକି ଶୋଇଲେ, କିନ୍ତୁ ଡାକିଲା ବେଳକୁ ଆଉ ଉଠିଲେନି। ସବୁଦିନ ପାଇଁ ଆଖିବୁଜି ଦେଇଛି ଅଲିଅଳି ଝିଅ। କାନ୍ଦରେ ଫାଟିପଡୁଛି ପରିବାର। ଭୋ ଭୋ ହୋଇ କାନ୍ଦୁଛନ୍ତି ସହପାଠୀ। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
ପୁରୀ ଝାଡେଶ୍ୱରୀ ମନ୍ଦିର ନିକଟରେ ଭଡାରେ ନିଜ ମାଆଙ୍କ ସହ ରହୁଥିଲେ ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମୀକା ପଣ୍ଡା। ତେବେ ରାତି ସାରା ଅନିଦ୍ରା ହୋଇ ପ୍ରାଟିକାଲ ରେକର୍ଡ ପ୍ରସ୍ତୁତ କରିଥିଲେ। ସକାଳ ଜଳଖିଆ ଖାଇ ନିଜ ରୁମରେ ଶୋଇଥିଲେ। ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ମା\’ ବାପା ଝିଅକୁ ଡାକିଥିଲେ।
ହେଲେ ଆଉ ଉଠିନଥିଲା ଝିଅ। ଏକମାତ୍ର ସନ୍ତାନକୁ ହରାଇ ମା\’ ବାପା ଓ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ମୃତକ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମିକା ପଣ୍ଡା। ତାଙ୍କ ମୃତ୍ୟୁରେ ମହାବିଦ୍ୟାଳୟ କ୍ୟାମ୍ପସ୍ରେ ଶୋକର ଛାୟା ଖେଳିଯାଇଛି। ଏକମାତ୍ର ଝିଅକୁ ହରାଇ ମ୍ରିୟମାଣ ମା’ ବାପା।
ପୁରୀ ଝାଡ଼େଶ୍ଵରୀ ମନ୍ଦିର ନିକଟରେ ସଂଗ୍ରାମିକା ତାଙ୍କ ବାପା, ମା\’ଙ୍କ ସହ ଘର ଭଡ଼ା ନେଇ ରହୁଥିଲେ। ପରିବାର ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହୋଇଥିଲା। ଖବର ପାଇ ସହପାଠୀ ମାନେ ମଧ୍ୟ ଜମା ହୋଇଥିଲେ।
ଆଖିରେ ଲୁହ ଆଣିଦେଇଥିଲା ଅନ୍ତିମ ସଂସ୍କାରର ଦୃଶ୍ୟ। ଚାରିକାନ୍ଧ ଦେବାକୁ ସମ୍ପର୍କୀୟ ନଥିବାରୁ ସହପାଠୀମାନେ କୋକେଇ ସଜାଡ଼ି ଚାରିକାନ୍ଧ ଦେଇଥିଲେ। ସଦର ମୁଖ୍ୟ ଚିକିତ୍ସାଳୟରୁ ସ୍ୱର୍ଗଦ୍ଵାରକୁ ଶବକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।
ମହାବିଦ୍ୟାଳୟ ଛାତ୍ର ସଂସଦର ସାଧାରଣ ସମ୍ପାଦକକୁ ସୌମ୍ୟଜିତ୍ ପାତ୍ର ମୁଖାଗ୍ନି ଦେଇଥିଲେ। ଛାତ୍ରୀଙ୍କ ଅକାଳ ବିୟୋଗରେ ସୋମବାର ଅପରାହ୍ନରେ ମହାବିଦ୍ୟାଳୟରେ ଏକ ଶୋକସଭା ହୋଇଥିଲା। ସଂଗ୍ରାମିକା ଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା।
ସଂଗ୍ରାମିକାଙ୍କ ହଠାତ ମୃତ୍ୟୁକୁ କେହି ସହଜରେ ଗ୍ରହଣ ପାରୁନାହାନ୍ତି। ସେ ଶାରିରୀକ ଭାବେ ସୁସ୍ଥ ଥିଲେ। ରାତ୍ରି ଅନିଦ୍ରା ହୋଇ ପାଠ ପଢ଼ିବା ଓ ପରୀକ୍ଷା ଚାପ କଣ ମୃତ୍ୟୁର କାରଣ ହୋଇପାରେ? ତାହାକୁ ନେଇ ଏବେ ସବୁଠୁ ପ୍ରଶ୍ନ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031