Legatus

ପ୍ରାର୍ଥୀତ୍ୱ ଘୋଷଣା ପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ଓ ସମ୍ବିତ

 Breaking News

ପ୍ରାର୍ଥୀତ୍ୱ ଘୋଷଣା ପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ଓ ସମ୍ବିତ

ପ୍ରାର୍ଥୀତ୍ୱ ଘୋଷଣା ପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ଓ ସମ୍ବିତ
March 25
11:48 2024

ପୁରୀ, ୨୫/୩: ଆଜି ସକାଳେ ପୁରୀରେ ବିଜେପିର ଦୁଇ ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏ ଦୁଇଜଣ ହେଲେ ପୁରୀର ଲୋକସଭା ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ଓ ସମ୍ବଲପୁରର ଲୋକସଭା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ।
ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରକୁ ଯାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମୁର୍ଦୁଳା ଠାକୁର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଲୋକସଭା ସାଂସଦ ପ୍ରାର୍ଥୀ ଘୋଷଣା ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
ଏଥିସହ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଓଡ଼ିଶାରେ ଡବଲ ଇଞ୍ଜିନର କଥା କହିବା ସହ ରାଜ୍ୟ ସରକାରର ନବକଳେବର ହେବ ବୋଲି କହିଛନ୍ତି ଏବଂ ମହାପ୍ରଭୁଙ୍କ ଆର୍ଶୀବାଦ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ର।
ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ସେବାୟତ ଓ ବିଜେପି ନେତା ଓ କର୍ମୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରାଗଲା। ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31