Indus Valley Times

ପ୍ରେମିକର ଗାଁରୁ ନାବାଳିକା ପ୍ରେମିକା କୁ ଉଦ୍ଧାର କଲା ନୟାଗଡ଼ ଚାଇଲ୍ଡଲାଇନ

 Breaking News

ପ୍ରେମିକର ଗାଁରୁ ନାବାଳିକା ପ୍ରେମିକା କୁ ଉଦ୍ଧାର କଲା ନୟାଗଡ଼ ଚାଇଲ୍ଡଲାଇନ

ପ୍ରେମିକର ଗାଁରୁ ନାବାଳିକା ପ୍ରେମିକା କୁ ଉଦ୍ଧାର କଲା ନୟାଗଡ଼ ଚାଇଲ୍ଡଲାଇନ
November 15
00:07 2021

ପ୍ରଦୀପ୍ତ କୁମାର ସାହୁ ଙ୍କ ରିପୋର୍ଟ
ନୂଆଗାଁ,୧୫/୧୧: ବାପା ଓ ମା ଝିଅର ବିବାହ ପ୍ରସ୍ତାବ ଠିକି କରିବା ରୁ ଝିଅ ଅରାଜି ହେବା ସହିତ ଆଜି ସ୍କୁଲରୁ ଘରକୁ ନଯାଇ ପ୍ରେମିକର ଗ୍ରାମକୁ ଆସି ବସିଥିବା ଘଟଣା ଜଣାପଡିଥିଲା। ଏନେଇ ନୟାଗଡ ଚାଇଲ୍ଡଲାଇନ ଖବର ପାଇବା ପରେ ପ୍ରେମିକର ଗ୍ରାମ ରୁ ନାବାଳିକାକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପାରାଢିପି ଗ୍ରାମପଂଚାୟତ ଅନ୍ତର୍ଗତ ମସ୍କାବାରୀ ଗ୍ରାମରେ। ସୂଚନା ମୁତାବକ, ପାରାଢିପି ଗ୍ରାମର ସସ୍ମିତା (୧୫) (ଛଦ୍ମନାମ) ଦଶମ ଶ୍ରେଣୀରେ ପଢୁଥିବା ବେଳେ ବାପା ଓ ମା ଝିଅକୁ କୋରଡା ଗ୍ରାମରେ ବିବାହ ଦେବା ପାଇଁ ସ୍ଥିର କରିଥିଲେ। କିନ୍ତୁ ସସ୍ମିତା ମସ୍କାବାରୀ ଗ୍ରାମର ଜଣକୁ ଭଲ ପାଉଥିବା କାରଣରୁ ସେ ଏହି ବିବାହ ପ୍ରସ୍ତାବରେ ରାଜି ନଥିଲା। ଯାହାଫଳରେ ଆଜି ସକାଳୁ ସସ୍ମିତା ଘରୁ ସ୍କୁଲ କୁ ଯାଇ ସ୍କୁଲରୁ ଫେରିବା ସମୟରେ ଆଉ ନିଜ ଘରକୁ ନଯାଇ ପ୍ରେମିକର ଗ୍ରାମ ( ମସ୍କାବ)କୁ ଆସି କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ମାତ୍ର ପ୍ରେମିକ ଘରେ ଅନୁପସ୍ଥିତ ଥିବା ଦେଖି ସସ୍ମିତା ମୁଣ୍ତକୁ କିଛି ବୁଦ୍ଧି ଆସିନଥିଲା। ପରେ ଖବର ପାଇ ନୟାଗଡ ଚାଇଲ୍ଡଲାଇନର କର୍ମକର୍ତା ଏବଂ ନୂଆଗାଁ ପୁଲିସ ଘଟଣାସ୍ଥଳରେ ପହଂଚି ସସ୍ମିତାକୁ ଘରକୁ ଯିବା ପାଇଁ ବୁଝାସୁଝା କରିଥିଲେ ସୁଦ୍ଧା ସେ ଏଥିରେ ରାଜି ହୋଇନଥିଲେ। ପରେ ଚାଇଲ୍ଡଲାଇନ ନୂଆଗାଁ ପୋଲିସ ର ସହଯୋଗରେ ସସ୍ମିତାକୁ ମସ୍କାବାରୀ ଗ୍ରାମରୁ ଉଦ୍ଧାର କରି ନୟାଗଡ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇ ୱାନଷ୍ଟପ କେନ୍ଦ୍ରରେ ରଖାଯାଛି।
ତେବେ ଗ୍ରାମାଂଚଳରେ ବାଲ୍ୟ ବିବାହକୁ ନେଇ ଆଜି ପର‌୍ୟ୍ୟନ୍ତ ଅଭିଭାବକ ମାନେ ସଚେତନ ହୋଇପାରି ନଥିବା , ଏହି ଘଟଣାରୁ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଗ୍ରାମାଂଚଳ ରେ ବାଲ୍ୟବିବାହ ନେଇ ସଚେତନତା ସୃଷ୍ଟି କରିବା ସହିତ,
ବାଲ୍ୟବିବାହ କରାଉଥିବା ଅଭିଭାବକ ଙ୍କ ଉପରେ ଆଇନ ଅନୁଯାୟୀ କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଜୀବ ପାଇଁ ବୁଧୀଜୀବି ମହଲରେ ଦାବି ହେଉଛି ।
ଶିକ୍ଷକ ଭବନ ନିର୍ମାଣ ପାଇଁ ଭୂମିପୂଜା ଉତ୍ସବ ଅନୁଷ୍ଠିତ
ପ୍ରଦୀପ୍ତ କୁମାର ସାହୁ ଙ୍କ ରିପୋର୍ଟ
ନୂଆଗାଁ,୧୪/୧୧: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଇଛେଳି ପଂଚାୟତ ରେ ବ୍ଲକ ଶିକ୍ଷକ ଭବନ ନିର୍ମାଣ ପାଇଁଁ ଭୂମିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଅଛି। ଏହି ଉଛବାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ। ମାନ୍ୟବର ବିଧାୟକ ଙ୍କ ସହିତ ନୂଆଗାଁ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଜାମୀ ସ୍ୱାଇଁ , ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ, ଓ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ ଙ୍କ ସହ ଅଂଚଳର ବୁଧୀଜୀବୀ, ସମାଜସେବୀ ଓ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ। ଏଥୀସହ ନୂଆଗାଁ ବ୍ଳକ ର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏହି ଭୁମିପୁଜା ଉଛବରେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031