Indus Valley Times

ପ୍ରେମିକା ପାଖକୁ ଧାଇଁ ଯାଇଥିଲେ ପ୍ରେମିକ, ଘରୁ ବାହାରିଲା ମୃତଦେହ

 Breaking News

ପ୍ରେମିକା ପାଖକୁ ଧାଇଁ ଯାଇଥିଲେ ପ୍ରେମିକ, ଘରୁ ବାହାରିଲା ମୃତଦେହ

ପ୍ରେମିକା ପାଖକୁ ଧାଇଁ ଯାଇଥିଲେ ପ୍ରେମିକ, ଘରୁ ବାହାରିଲା ମୃତଦେହ
December 05
15:14 2023

ବାଲିଅନ୍ତା,୫/୧୨: ରାଜଧାନୀ ଉପକଣ୍ଠ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପପୁନି ସ୍ୱାଇଁ। ତାଙ୍କ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି। ସେ ପିଏଚଡିରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ଗତ କିଛି ବର୍ଷ ହେଲା ପପୁନି ଓ ଶିଶୁପାଳଗଡ଼ର ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ଏପରିକି ପପୁନି ଅନେକ ସମୟରେ ଯୁବତୀଙ୍କ ଘରକୁ ଆସୁଥିଲେ। ହେଲେ ଗତକାଲି ଉଭୟଙ୍କ ଭିତରେ କୌଣସି କଥାକୁ ନେଇ ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପପୁନି ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁଲିସ କିଛି ସ୍ପଷ୍ଟ କରିନାହିଁ।
ଆଜି ସକାଳେ ଧଉଳି ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଯୁବକଙ୍କ ମୃତ୍ୟୁର କାରଣ ଏବେ ବି ସ୍ପଷ୍ଟ ହୋଇନାହିଁ। ଏଣେ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031