Indus Valley Times

ଫାଷ୍ଟ ଫୁଡ୍ ନଟ ଗୁଡ୍

 Breaking News

ଫାଷ୍ଟ ଫୁଡ୍ ନଟ ଗୁଡ୍

ଫାଷ୍ଟ ଫୁଡ୍ ନଟ ଗୁଡ୍
May 23
13:50 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୩/୫ : ଚଟପଟ୍ ଫାଷ୍ଟ୍ ଫୁଡ୍ ବେଶ୍ ସୁଆଦିଆ।ଏଥିପାଇଁ ଛୋଟ ଛୁଆ ଠାରୁ ଆରମ୍ଭ କରି ବୟସ୍କ ମାନେ ମଧ୍ୟ ଏହି ଇଂରାଜୀ ଖାଦ୍ୟ ଖାଇବାରେ ଅଭ୍ୟସ୍ତ।ଫାଷ୍ଟ ଫୁଡ୍ ରେ ଚାଇନା ସଲ୍ଟ ପଡୁଥିବାରୁ ଖାଦ୍ୟର ସ୍ବାଦ ବଢ଼ିଯାଇଥାଏ।ଏହି ଚାଇନା ସଲ୍ଟ ସ୍ବାସ୍ଥ୍ୟ ପାଇଁ କେତେ ଯେ ହାନିକାରକ ଖାଇବା ପୂର୍ବରୁ ଜାଣିବା ଉଚିତ୍।
ଜିଭ ଲାଳସା ରେ ପ୍ରାୟ ଲୋକେ ଏହାକୁ ଖାଇଥାନ୍ତି।କିନ୍ତୁ ଏହି ଖାଦ୍ୟ ଶରୀର ପାଇଁ କେତେ ଯେ ହାନିକାରକ ଖାଇବା ଲୋକେ ଜାଣି ପାରନ୍ତି ନାହିଁ।ଅନେକ ଫାଷ୍ଟ ଫୁଡ୍ ତିଆରି ଦୋକାନ ମାନଙ୍କରେ ବ୍ୟବହାର କରାଯାଉଥିବା ଖାଇବା ତେଲ କେଉଁ ମାନର ତଥା ଏହି ତେଲରେ ବାରମ୍ବାର କେତେ ଥର ଛଣା ଯାଉଛି ଏବଂ ଏହା ସ୍ବାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ଜାଣିବା ଜରୁରୀ।
ପ୍ରଥମତଃ ରାସ୍ତା କଡ଼ରେ ଠେଲା ମାନଙ୍କରେ ଶହ ଶହ ଫାଷ୍ଟ ଫୁଡ୍ ଏବଂ ଟିଫିନ୍ ଖୋଲା ରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।ରାସ୍ତା ରେ ସଦାସର୍ବଦା ଯାନ ବାହାନ ଯାଉଥିବା ବେଳେ ଧୂଳି ଉଡୁଛି।ତେବେ ଖୋଲାରେ ବିକ୍ରି କରୁଥିବା ଖାଦ୍ୟ କେତେ ସୁରକ୍ଷିତ।ଷ୍ଟଲ୍ ରେ,ହୋଟେଲ ରେ,ରାସ୍ତା ପାର୍ଶ୍ବ ଠେଲା ରେ ସବୁଠି ମିଳୁଛି ଏହି ଫାଷ୍ଟ ଫୁଡ୍।ସକାଳୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଗ୍ରାହକ ମାନଙ୍କ ଭିଡ ଜମିରହେ।ହଜାର ହଜାର ଟଙ୍କା ର ବ୍ୟବସାୟ ଚାଲେ।ମାଲାମାଲ ହୁଅନ୍ତି ବ୍ୟବସାୟୀ।
ପ୍ରତ୍ୟେକ ଚାଇନିଜ ଆଇଟମ ରେ ଚାଇନା ସଲ୍ଟ ପଡୁଥିବାରୁ ଏହା ବେଶ୍ ସୁଆଦିଆ।ଏହି ଖାଦ୍ୟ ଖାଇ ଅନେକ ସମୟରେ ଅନେକ ପେଟ ରୋଗର ଶିକାର ହେଉଥିବା ଚର୍ଚ୍ଚା ହେଉଛି।ଯେତେ ରନ୍ଧା ଖାଦ୍ୟ ସାମଗ୍ରୀ ବଜାରରେ ତଥା ହୋଟେଲ ମାନଙ୍କରେ ବିକ୍ରି ହେଉଛି ଏହାର ମାନ ନିର୍ଦ୍ଧାରଣ କରିବା ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଥିବା ଫୁଡ୍ ଇନ୍ସପେକ୍ଟରଙ୍କ ଦାୟିତ୍ଵ।ବଲାଙ୍ଗିର ସହରରେ ଫୁଡ୍ ଇନ୍ସପେକ୍ଟର ଥିଲେ ମଧ୍ୟ ଖାଦ୍ୟ ଯାଞ୍ଚ ପ୍ରକ୍ରିୟା ଠିକ୍ ଭାବରେ ହେଉ ନ ଥିବାରୁ ଦିନକୁ ଦିନ ଫାଷ୍ଟ ଫୁଡ୍ ତଥା ଠେଲା ମାନଙ୍କରେ ଖୋଲାରେ ଟିଫିନ୍ ତିଆରି କରି ବିକ୍ରୀ କରୁଥିବା ବ୍ୟବସାୟୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ବଜାରରେ ହୋଟେଲ ତଥା ଠେଲା ମାନଙ୍କରେ ବହୁ ପରିମାଣରେ ବିକ୍ରି ହେଉଥିବା ଭେଜ୍ ସୁପ୍,ନନ୍ ଭେଜ ସୁପ,ଚଓମିନ, ମଞ୍ଚୁରୀୟାନ ଏବଂ ଭେଜ୍,ନନ୍ ଭେଜ୍ ର ସମସ୍ତ ଚାଇନିଜ ଆଇଟମ ରେ ଚାଇନା ସଲ୍ଟ ପଡ଼ୁଥିବା ଚର୍ଚ୍ଚା ହୁଏ।
ଏଣୁ ଜିଲ୍ଲାରେ କାର୍ଯ୍ୟରତ ଥିବା ସ୍ବାସ୍ଥ୍ୟ ବିଭାଗର ଫୁଡ୍ ଇନ୍ସପେକ୍ଟର ମାନେ ଏ ବିଷୟରେ ସଜାଗ ହୋଇ ଧରପଗଡ କଲେ ଅନେକ ଚାଇନିଜ ଖାଦ୍ୟ ପ୍ରେମୀ ମାନେ ସ୍ୱାସ୍ଥ୍ୟକର ଖାଦ୍ୟ ପାଇ ପାରିବେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930