Indus Valley Times

ରାଉରକେଲାରେ ଚାଞ୍ଚଲ୍ୟ: ମାରାଥନରେ ଯୁବକଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

 Breaking News

ରାଉରକେଲାରେ ଚାଞ୍ଚଲ୍ୟ: ମାରାଥନରେ ଯୁବକଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

ରାଉରକେଲାରେ ଚାଞ୍ଚଲ୍ୟ: ମାରାଥନରେ ଯୁବକଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ
December 22
12:24 2024

ରାଉରକେଲା , ୨୨/୧୨ : ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକ ଆହତ ହୋଇଛନ୍ତି। ଘଟଣା ଘଟିଛି ରାଉରକେଲା ସେକ୍ଟର ୩ ଥାନା ଅଞ୍ଚଳରେ। ଯୁବକଙ୍କ ପିଠିରେ ଗୁଳି ବାଜିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ହେଲେ ଗୁରୁତର ଯୁବକ ଜଣଙ୍କ ହେଲେ ସଲିଳ କୁମାର ସାହୁ।
ସଲିଳ ଜଣକ ରାଉରକେଲାର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ସେ ମାରାଥନ ଆୟୋଜନ କରିଥିଲେ। ଆଜି ସକାଳେ ମାରାଥନ କାର‌୍ୟ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ତାଙ୍କ ପିଠିରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଏକ ଖୋକା ଜବତ କରାଯାଇଛି।
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି। ରାଉରକେଲା ସେକ୍ଟର ୩ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930