Indus Valley Times

ଫୁଲବାଣୀ ସମେତ ସମଗ୍ର କନ୍ଧମାଳକୁ ଛୁଇଁଛି ଶୀତ ପହିଲି ସ୍ପର୍ଶ

 Breaking News

ଫୁଲବାଣୀ ସମେତ ସମଗ୍ର କନ୍ଧମାଳକୁ ଛୁଇଁଛି ଶୀତ ପହିଲି ସ୍ପର୍ଶ

October 26
11:09 2022

ଫୁଲବାଣୀ, ୨୬/୧୦: ଫୁଲବାଣୀ ସମେତ ସମଗ୍ର କନ୍ଧମାଳକୁ ଛୁଇଁଛି ଶୀତ ପହିଲି ସ୍ପର୍ଶ । ଗତ ଦୁଇ ଦିନ ହେଲା ଫୁଲବାଣୀ ସହରରେ ହାଲକା ଶୀତ ଅନୁଭୁତ ହେଉଛି । ରାତିରେ ପାରଦ ହ୍ରାସ ପାଉ ଥିବାରୁ ଶୀତ ଟିକିଏ ହେଉଛି । ତାପମାତ୍ରା ୧୫ ଡିଗ୍ରୀ ସେଲସିଅସକୁ ହ୍ରାସ ପାଇଛି । ସେହିପରି ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଂଚଳରେ ବି ହାଲକା ଥଣ୍ଡା ଅନୁଭୁତ ହେଲାଣି ।
ସକାଳୁ ସକାଳୁ କୁହୁଡ଼ି ମଧ୍ୟ ପଡୁଛି । ପହିଲି ଶୀତ ସକାଳରେ ପୁଲକିତ ହୋଇ ଉଠିଛି ପ୍ରକୃତିରାଣୀ । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ସକାଳ ଓ ସନ୍ଧ୍ୟାକୁ ବିମୋହିତ କରୁଛି । କନ୍ଧମାଳ ଜିଲ୍ଲାରେ ସୁଲ ସୁଲିଆ ପବନ ସହ କୁହୁଡି ପଡୁଛି । କୁହୁଡିର ଘନ ଆସ୍ତରଣ ଥିବାରୁ ଜିଲାର ରୂପ ଲାବଣ୍ୟ ବୃଦ୍ଧି ପାଉଛି ।
ସକାଳୁ ଫୁଲବାଣୀ ସହର କୁହୁଡିର ସଫେଦ ଚାଦରରେ ଢାଙ୍କି ହୋଇ ରହୁଛି କ୍ଷ ଫଳରେ ଏହାର ବେଶ ମଜା ନେଉଛନ୍ତି ସହରବାସୀ । ନିଜକୁ ଫିଟ ରଖିବାପାଇଁ ସକାଳୁ କିଏ ମର୍ଣ୍ଣିଂଓ୍ୱାକ୍ କରୁଛି ତ ଆଉ କିଏ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି । ସେହିପରି ସନ୍ଧ୍ୟାରେ ହାଲକା ଥଣ୍ଡାର ମଜା ଉଠାଉଛନ୍ତି ସହର ବାସୀ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031