Indus Valley Times

ଫେରିଛି,- ଫେରି କଲବଲ କରୁଛି

 Breaking News

ଫେରିଛି,- ଫେରି କଲବଲ କରୁଛି

ଫେରିଛି,- ଫେରି କଲବଲ କରୁଛି
December 23
18:48 2022

ସ୍ୱାଗତିକା ଭୂ୍‌ତିଆ
ଛ’ ଋତୁରୁ ଶୀତ ଋତୁ ବେଶ୍ ଅନନ୍ୟ ଓ ନିଆରା । ଶୀତରେ ହାଡ ଥରିଯାଏଁ, କିନ୍ତୁ ଏ ଶୀତର ଶୀତଳ ସ୍ପର୍ଷ ମନକୁ ବେଶ୍ ପୁଲକିତ କରିଥାଏ । କମ୍ବଳ ତଳେ ଶୋଇ ଉଷୁମ ଟାଣିବା ହେଉ ବା କାଠ ଜାଳି ନିଆଁ ପୁଇଁବା ହେଉ, ଆମମାନଙ୍କୁ ବେଶ୍ ଆନନ୍ଦ ଆଣି ଦେଇଥାଏ । ଶୀତ ଦିନେ ନୂଆ ନୂଆ ଜ୍ୟାକେଟ୍ କିଣି ପିନ୍ଦିବା ପାଇଁ ସମସ୍ତଙ୍କ ଭିତରେ ବେଶ୍ ଉତ୍ସୁକତା ଥାଏ ।
ଚଳିତ ବର୍ଷ ଶୀତ ଆରମ୍ଭରୁ ଯେଉଁ ଭଳି ଭାବେ ଶୀତର ସାନ୍ଧ୍ରତା କମ୍ ଥିଲା ସମସ୍ତେ ଭାବୁଥିଲେ ଚଳିତ ବର୍ଷ ଶୀତ ବୋଧ୍ ହୁଏ ବେଶି ଅନୁଭୁତ ହେବ ନାହିଁ । ବୋଧ ହୁଏ ପ୍ରକୃତିମାତା ଖୁବ୍ ରାଗିଛନ୍ତି । ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ପ୍ରକୃତି ଆଉ ମଣିଷର ସାତ୍ ଦେବନି ଏକଥା ସମସ୍ତେ ଭାବୁଥିଲେ । ହେଲେ ଦିନ ଯେତିକି ଗଡୁଛି ଶୀତ ସେତିକି ବଢ଼ୁଛି । ଗତ କିଛି ଦିନ ହେବ ଶୀତର ସାନ୍ଧ୍ରତା ବଢ଼ୁଥିବା ଅନୁଭୁତ ହେଉଛି । ବୋଧ ହୁଏ ନିୟମିତ ଋତୁ ଚକ୍ରର ଲାଭରୁ ମଣିଷମାନେ ବଞ୍ଚିତ ନହୁଅନ୍ତୁ ବୋଲି ପ୍ରକୃତି ମାତା ଏଭଳି ଦୟା କରିଛନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନରୁ ମିଳିଥିବା ଖବର ଅନୁଶାରେ ମୟୁରଭଞ୍ଜରୁ ମାଲକାନଗିରି ଯାଏ, ଝାରସୁଗୁଡାରୁ ଜଗତିସିଂହପୁର ଯାଏ ହାଡ ଥରା ଶୀତରେ ସାରା ଓଡ଼ିଶାର ବିଭିନ୍ନ ସ୍ଥାନ ଥରୁଛି । ରାତ୍ରୀର ତାପ ମାତ୍ର ଖସିଯାଉଛି । କେରାପୁଟ ଜିଲ୍ଲାର ଶିମିଳିଗୁଡା, ବୈତାରିଗୁଡା, ଦେଓମାଳି, କନ୍ଧମାଳର ଦାରିଙ୍ଗବାଡି, ସିମନବାଡି, ରାଇକିଆ, ସମ୍ବଲପୁର ଜିଲ୍ଲାର ଅନେକ ଅଞ୍ଚଳ ଦେଓଗଡ଼ ଇତ୍ୟାଦି ଜାଡରେ ଥରି ଏକ ପ୍ରକାର ଜାଡରେ ଆଉଟୁ ପାଉଟୁ ହେଉଛନ୍ତି । ସକାଳର ଶୀତ ଓ କୁହୁଡି ପ୍ରାତଃ ଭ୍ରମଣ କରୁଥିବା ପ୍ରତ୍ୟକ ବର୍ଗର ଲୋକମାନଙ୍କ ପାଇଁ ପ୍ରତିବନ୍ଧକ ସାଜିଛନ୍ତି । ଧୂଳିକଣା ଜନିତ ଆଲର୍ଜିକୁ ଏଡାଇବା ପାଇଁ ଅଧିକାଂଶ ପ୍ରାତଃ ଭ୍ରମଣ କରିବା ପାଇଁ ସୂର୍ଯ୍ୟଦୟ ପରେ ବାହାରୁଛନ୍ତିି ।
ଶୀତ ନଥିବାରୁ ଶୀତ ବସ୍ରବିକ୍ରି କରୁଥିବା ଅନେକ ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସୁଥିଲେ । ନେପାଳ, ଉତ୍ତରପ୍ରଦେଶ, ଜାମ୍ମୁ-କାଶ୍ମୀର ଓ ଭାରତର ଉତ୍ତରପୁର୍ବ ରାଜ୍ୟରୁ ଆସୁଥିବା ଶୀତ ପୋଷାକ ବ୍ୟବସାୟୀ ମାନଙ୍କମଧ୍ୟରୁ ଅଧିକାଂଶ ଘରକୁ ଫେରିଯାଇଛନ୍ତିି । ଆଉ ଯେତିକି ବ୍ୟବସାୟୀ ଅଛନ୍ତି ସେମାନଙ୍କର ପୁଣି ଭଲ ବ୍ୟବସାୟର ସୁଯୋଗ ସୃଷ୍ଟି ହୋଇଛି ।
ବିଶିଷ୍ଟ ପରିବେଶବିତ୍ତ୍ ଡାକ୍ତର ଗୌରାଙ୍ଗ ଚରଣ ରାଉତଙ୍କ କହିବା ଅନୁଶାରେ ଶୀତ ଆସିବା ଯୋଗୁଁ ବର୍ତ୍ତମାନ ପରିବେଶ ସନ୍ତୁଳିତ ରହିବ । ଏହା ଦ୍ୱାରା ବିଭିନ୍ନ ପ୍ରକାରର ଭଲ ଉତ୍ପାଦନ ନେଇ ଯେଉଁ ଅନୀୟମିତତା ଲାଗିଥିଲା ତାହା ବର୍ତ୍ତମାନ ଦୂରିଭୁତ ହୋଇଛି । ଏତତ୍ ବ୍ୟତିତ ଆମ୍ବ, ପଣସ ବ୍ୟତିତ ଅନ୍ୟାନ୍ୟ ଶୀତ କାଳିନ ଫଳ ଓ ପନିପରିବା ଭଲ ଉତ୍ପାଦନ ନେଇମଧ୍ୟ ଆଶା ସଞ୍ଚାର ସୃଷ୍ଟି ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031