Indus Valley Times

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ବର୍ଷା ସମ୍ଭାବନା

 Breaking News

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ବର୍ଷା ସମ୍ଭାବନା

November 20
15:57 2022

ଭୁବନେଶ୍ୱର ,୨୦/୧୧: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନୀଭୂତ ହୋଇ ରବିବାର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ୨୧ ଓ ୨୨ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
୨୧ ତାରିଖରେ ଅର୍ଥାତ୍ ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ହୋଇପାରେ। ସେହିପରି ୨୨ ତାରିଖରେ ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ଦୁଇ ଦିନ ଅନ୍ୟ ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ।
୨୩ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହା ସହିତ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ୨/୩ ଡିଗ୍ରୀ କମ୍ ରହିବ ବୋଲି ଆକଳନ କରାଯାଇଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟର ଶୀତ ଅନୁଭୂତ ହେଉଛି। ଗତକାଲି ରାତିରେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଓ କୋରାପୁଟର ସେମିଳିଗୁଡ଼ାରେ ରାତିର ସର୍ବନିମ୍ନ ତାପାମତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି କିରେଇ (ସୁନ୍ଦରଗଡ଼)ରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୯.୬, ଦାରିଙ୍ଗବାଡ଼ିରେ ୧୦, କୋରାପୁଟରେ ୧୦, କେନ୍ଦୁଝରରେ ୧୦, ଭବାନୀପାଟଣାରେ ୧୦.୬, ଝାରସୁଗୁଡାରେ ୧୦.୮, ଚିପିଲିମାରେ ୧୦.୮, ସୁନ୍ଦରଗଡରେ ୧୨.୫ ଓ ଦେବଗଡରେ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031